‘କବୀର ସିଂହ’ର ପ୍ରୀତିଙ୍କ ସହିତ ଏବେ ରୋମାନ୍ସ କରୁଛନ୍ତି ଏହି ଅଭିନେତା, ଭାଇରାଲ ହେଉଛି ଭିଡିଓ

ଫିଲ୍ମ ‘କବୀର ସିଂହ’ରେ ପ୍ରୀତି ଭୂମଚିକାରେ ନଜର ଆସିଥିବା କିଆରା ଆଡଭାଣୀଙ୍କ ଭାଗ୍ୟ ଏବେ ଚମକୁଥିବାର ଦେଖିବାକୁ ମିଳୁଛି। କିଆରାଙ୍କ ପାଖକୁ ଗୋଟିଏ ପରେ ଗୋଟିଏ ଭଲ ଭଲ ପ୍ରୋଜେକ୍ଟସ ଆସୁଛି। ସେହିପରି କିଆରା ମଧ୍ୟ ସବୁ ସମସ୍ୟାକୁ ସାମ୍ନା କରୁଛନ୍ତି। ଏବେ କିଆରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

kabir singhକିଆରା ଏବେ ଆକ୍ଟର କାର୍ତ୍ତିକ ଆରୟାନଙ୍କ ସହିତ ଫିଲ୍ମ ‘ଭୂଲ ଭୂଲେୟାଁ ୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏବେ ଫିଲ୍ମୀ ସୁଟିଂ ରାଜସ୍ଥାନରେ ହେଉଛି, ଏହି ସମୟର ଏକ ଭିଡିଓ ଏବଂ ପଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ କାର୍ତ୍ତିକ ଏବଂ କିଆରାଙ୍କୁ ରୋମାଣ୍ଟିକ ପୋଜରେ ନଜର ଆସୁଛନ୍ତି।


ସୋସିଆଲ ମିଡିଆରେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେହି ଭିଡିଓରେ କାର୍ତ୍ତିକ କିଆରା ଆଡଭାଣୀଙ୍କୁ ନିଜ କୋଳରେ ଉଠାଇ ଥିବାର ଦେଖିବାକୁ ମିଳୁଛି। ଭିଡିଓକ ଦେଖି ଲାଗୁଛି ଯେ ଦୁହେଁ କିଛି ରୋମାଣ୍ଟିକ ଗୀତର ସୁଟ୍‌ କରୁଛନ୍ତି। ସେହିପରି ଏହି ଭିଡିଓକୁ ଫ୍ୟାନ୍ସ ମଧ୍ୟ ବହୁତ ପସନ୍ଦ କରୁଛନ୍ତି।

bhool bhulaiyaa 2ସେହିପରି କାର୍ତ୍ତିକ ଆରୟାନଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ କାର୍ତ୍ତିକଙ୍କ ପାଖରେ ‘ଭୁଲ ଭୁଲେୟାଁ ୨’ ପରେ ‘ଦୋସ୍ତାନା ୨’ ମଧ୍ୟ ଅଛି। କୁହାଯାଉଛି ଯେ କାର୍ତ୍ତିକଙ୍କ ସହିତ ଜାହ୍ନବୀ କପୁର ନଜର ଆସିବେ। ସେହିପରି କାର୍ତ୍ତିକଙ୍କୁ ଶେଷ ଥର ପାଇଁ ଲଭ ଆଜ କଲରେ ସାରା ଅଲ୍ଲୀ ଖାନଙ୍କ ସହିତ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.