ରାଜଧାନୀରେ ପ୍ରସିଦ୍ଧ ସଙ୍ଗୀତଜ୍ଞ ଏ.ଆର ରେହମାନ

ଭୁବନେଶ୍ୱର : ରାଜଧାନୀରେ ପ୍ରସିଦ୍ଧ ସଙ୍ଗୀତଜ୍ଞ ଏ.ଆର ରେହମାନ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ମଧ୍ୟାହ୍ନ ଭୋଜନ କରିଛନ୍ତି ରେହମାନ । ପୂର୍ବରୁ ମଧ୍ୟାହ୍ନ ଭୋଜନ ପାଇଁ ନବୀନ ରେହମାନଙ୍କୁ ନିମନ୍ତ୍ରଣ କରିଥିଲେ । ଆସନ୍ତା ୨୭ରେ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ ଉଦ୍‌ଘାଟନୀରେ ସଙ୍ଗୀତ ପରିବେଷଣ କରିବେ ରେହମାନ । ସେହିପରି ୨୮ରେ ବାରବାଟୀ ଷ୍ଟାଡିୟମରେ ସଙ୍ଗୀତ ପରିବେଷଣ କରିବେ । ହକି ବିଶ୍ୱକପର ଶୀର୍ଷକ ସଙ୍ଗୀତ ପ୍ରସ୍ତୁତ କରିଛନ୍ତି ରେହମାନ । ଗୀତର ରଚୟିତା କରିଛନ୍ତି ବିଶିଷ୍ଟ ଗୀତିକାର ଗୁଲ୍‌ଜାର । ଗୀତରେ ଓଡ଼ିଶା ସଂସ୍କୃତି ଓ ପରମ୍ପରାର ଝଲକ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.