ଓଡ଼ିଶା ଫେରିବ ବିଶ୍ୱର ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ଆର୍ସେଲର ମିତ୍ତଲ

ଓଡ଼ିଶା ଫେରିବ ବିଶ୍ୱର ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ଆର୍ସେଲର ମିତ୍ତଲ। ଏସ୍‌. ଆର୍‌. ଷ୍ଟିଲକୁ ୪୨ ହଜାର କୋଟି ଟଙ୍କାରେ କିଣିବାକୁ ଏବେ ପଥ ପରିଷ୍କାର ହୋଇଛି। ରୁଗଣ ଏସ୍‌. ଆର୍‌. ଷ୍ଟିଲକୁ ଆର୍ସେଲର ମିତ୍ତଳ ଓ ସହଯୋଗ କମ୍ପାନୀ ଜାପାନର ନିପନ ଷ୍ଟିଲ ଓ ସୁମିଟୋମୋ ମିଳିତ କିଣିବେ। ଏଥିପାଇଁ ସୁପ୍ରିମକୋର୍ଟ ଆର୍ସେଲର ମିତ୍ତଲ ସପକ୍ଷରେ ଗତକାଲି ରାୟ ପ୍ରକାଶ କରିଛନ୍ତି। ଆର୍ସେଲର ମିତ୍ତଲ ଓଡ଼ିଶା ସରକାରଙ୍କ ସହ କେନ୍ଦୁଝରରେ ୧୨ ମିଲିୟନ ଟନ୍‌ କ୍ଷମତା ସମ୍ପନ୍ନ ଅସ୍ପାତ ପ୍ରକଳ୍ପ ପାଇଁ ଚୁକ୍ତି ସ୍ୱାକ୍ଷରିତ କରିଥିଲା। ତେବେ ପରବର୍ତ୍ତୀ ସମୟରେ ଏଥିରୁ ଓହରି ଯାଇଥିଲେ। ଏବେ ଏସ୍‌. ଆର୍‌. ଷ୍ଟିଲ, ଆର୍ସେଲ ମିତ୍ତଲ ମାଲିକାନାକୁ ଆସିବା ପରେ ଭାରତରେ ଟାଟା ଓ ଜେଏସ୍‌ଡବ୍ଲ୍ୟୁ ପରେ ଆର୍ସେଲର ମିତ୍ତଲ ତୃତୀୟ ବୃହତ ଘରୋଇ ଇସ୍ପାତ ଉତ୍ପାଦନକାରୀ ସଂସ୍ଥା ହେବ। ଓଡ଼ିଶାରେ ଏସ୍‌. ଆର୍‌. ଷ୍ଟିଲର ଦୁଇଟି ପ୍ରକଳ୍ପ କାର୍ଯ୍ୟକ୍ଷମ ରହିଛି। ପାରାଦୀପରେ ଏସ୍‌. ଆର୍‌. ଷ୍ଟିଲର ୬ ମିଲିୟନ ଟନ୍‌ ପେଲେଟ ପ୍ଲାଣ୍ଟ ଥିବା ବେଳେ କେନ୍ଦୁଝର ଜିଲ୍ଲାର ଡାବୁଣାରେ ୧୨ ମିଲିଅନ୍‌ ଟନ୍‌ର ବେନେଫିସିଏସନ୍‌ ପ୍ଲାଣ୍ଟ ଓ ୨୫୩ କିଲୋମିଟରର ସ୍ଲରୀ ପାଇପ ଲାଇନି ବି ରହିଛି। ଏବେ ଆର୍ସେଲର ମିତ୍ତଳ ଅଧୀନରୁ ଆସିବ ଏସ୍‌. ଆର୍‌. ଷ୍ଟିଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.