ଏରୋଡ୍ରମ୍‌ ଫିଲ୍ଡ ବଦଳରେ ପଡ଼ିଆରେ ଅବତରଣ କଲା ଯାତ୍ରୀବାହୀ ଉଡ଼ାଜାହଜ, ଦେଖନ୍ତୁ ହୃଦୟଥରା ଦୃଶ୍ୟ

ଏରୋଡ୍ରମ୍‌ ଫିଲ୍ଡ ବଦଳରେ ଜଣେ ପାଇଲଟ୍‌ ଏକ ଯାତ୍ରୀବାହୀ ଉଡ଼ାଜାହାଜକୁ ପଡ଼ିଆରେ ଅବତରଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍ଗାଲୋରରେ। ନାଗପୁରରୁ ୧୮୦ ଯାତ୍ରୀଙ୍କୁ ନେଇ ଆସୁଥିବା ଗୋ-ଏୟାରର ବିମାନ ବାଙ୍ଗାଲୋର ଏୟାରପୋର୍ଟରେ ଅବତରଣ କରିବା ବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ଏହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ରିପୋର୍ଟ ମୁତାବକ, ଗୋ ଏୟାରର ବିମାନ ଏୟାରବସ୍‌ ଏ୩୨୦ ସୋମବାର ୧୮୦ ଜଣ ଯାତ୍ରୀଙ୍କୁ ନେଇ ନାଗପୁରରୁ ବାଙ୍ଗାଲୋର ଯାଉଥିଲା। ବାଙ୍ଗାଲୋରରେ ଖରାପ ପାଗ ଯୋଗୁ ଲ୍ୟାଣ୍ଡିଂ କରିବା ବେଳେ ବିମାନଟି ରନ୍‌ୱେରୁ ଖସିଯାଇ ଘାସ ପଡ଼ିଆ ଭିତରକୁ ଚାଲିଯାଇଥିଲା। ପରେ ପାଇଲଟ୍‌ ନିଜ ବୁଦ୍ଧି ଖର୍ଚ୍ଚ କରି ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ। ତେବେ ଏଥିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି।

ଏହାସହ ପଢ଼ନ୍ତୁ: ଗାଧୋଇସାରି ଆସିବା ପରେ ନାକରେ ହେଉଥିଲା ପୀଡ଼ା, ଡାକ୍ତର ପରୀକ୍ଷା କରିବାରୁ ବାହାରିଲା…

ବିମାନଟି ଅବତରଣ କରିବା ବେଳର ଦୃଶ୍ୟକୁ ଜଣେ ଯାତ୍ରୀ ନିଜ ଫୋନ୍‌ରେ ସୁଟିଂ କରିଥିଲେ। ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଘୁରି ବୁଲୁଛି। ଲୋକମାନେ ଭିଡିଓକୁ ଦେଖିବା ପରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତେବେ କମ୍ପାନୀ ତରଫରୁ ସମ୍ପୃକ୍ତ ପାଇଲଟଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ DGCA ତରଫରୁ ଯାଞ୍ଚ ଆରମ୍ଭ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.