ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାର ଚାଲିଛି ଖୋଳତାଡ: ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର(କେନ୍ୟୁଜ୍): ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଛନ୍ତି। ୨୩ ତାରିଖରେ ପ୍ରଥମେ ହାଜର ହୋଇଥିଲେ। ୧୫ ଘଣ୍ଟା ଧରି ମାରାଥନ୍‌ ଜେରା କରାଯାଇଥିଲା ।

ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିଙ୍କୁ ଏକାଠି ୧୨ ଘଣ୍ଟା ଧରି ଜେରା କରାଯାଇଥିଲା। ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ ବଡ଼ ମୁଣ୍ଡଙ୍କ ଲିଙ୍କ ନେଇ ଖୋଳତାଡ କରୁଛି ଇଡି । ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ଶ୍ରଦ୍ଧାଞ୍ଜଳିଙ୍କ ସହ ମୁହାଁମୁହିଁ ଜେରା କରିବାକୁ ଯୋଜନା ରଖିଛି ତଦନ୍ତକାରୀ ସଂସ୍ଥା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.