ତାମିଲନାଡୁ: ଅନ୍ୟ ଜାତିରେ ପ୍ରେମ ପାଇଁ ଝିଅର ତଣ୍ଟି ଚିପି ହତ୍ୟା କଲା ମା’

ନୂଆଦିଲ୍ଲୀ : ଦିଲ୍ଲୀର ଶ୍ରଦ୍ଧା ୱାକର ଓ ମଥୁରାର ଆୟୁଷୀଙ୍କ ହତ୍ୟା କାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ବର୍ତ୍ତମାନ ତାମିଲନାଡୁରେ ସମାନ ଘଟଣା ଏବେ ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଣେ ମା ନିଜର ୨୦ ବର୍ଷର ଝିଅକୁ ହତ୍ୟା କରିଛି। ଏହାର କାରଣ ସେ ଅନ୍ୟ ଜାତିର ଯୁବକଙ୍କୁ ଭଲ ପାଉଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଥିଲେ। କିନ୍ତୁ ତାଙ୍କ ମା’ ଏଥିରେ ରାଜି ନଥିଲେ। ଅଭିଯୁକ୍ତ ମହିଳାଙ୍କ ନାମ ହେଉଛି ଅରୁମୁଗା କନି। ସେ ସିବଲପେରି ଗ୍ରାମ ବାସିନ୍ଦା। । ଝିଅ ଅରୁଣା ନର୍ସିଂ ପଢ଼ୁଥିଲେ ।

ଝିଅ ଅନ୍ୟ ଜାତିର ଯୁବକଙ୍କୁ ଭଲ ପାଉଥିଲେ ମା’ଙ୍କୁ ସେ ବିଷୟରେ ଜଣାଇ ଥିଲା । ଏହା ଜାଣିବା ପରେ ଅରୁଣାଙ୍କ ମା’ ତାଙ୍କ ବିବାହ ଅନ୍ୟ ଏକ ସ୍ଥାନରେ ଠିକ୍‌ କରିଥିଲେ। ନଭେମ୍ବର ୨୩ରେ ଅରୁମୁଗାଙ୍କ ଘରେ ପୁଅ ଘର ଲୋକ ଆସି ଅରୁଣାଙ୍କୁ ଦେଖିଥାନ୍ତେ। କିନ୍ତୁ ଅରୁଣା ଏଥିରେ ରାଜି ନଥିଲେ। ସେ ତାଙ୍କ ମା’ଙ୍କୁ କହିଥିଲେ ଯେ ସେ ଅନ୍ୟ କାହାକୁ ଭଲପାଉଛନ୍ତି ବୋଲି ପୁଅ ଘର ଲୋକକୁ କହିଦେବେ। ଅରୁଣାଙ୍କ ମା’ ଏଥି‌ରେ ରାଗି ଯାଇ ତାଙ୍କ ତଣ୍ଟି ଚିପି ମାରିଦେଇଛନ୍ତି। ଝିଅକୁ ମାରିବାପରେ ଅରୁଣାଙ୍କ ମା’ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପଡ଼ୋଶୀମାନେ ତାଙ୍କୁ ଅଟକାଇଥିଲେ। ଅଭିଯୁକ୍ତ ଅରୁମୁଗା ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସେହିପରି ସମାନ ଘଟଣା ଉତ୍ତରପ୍ରଦେଶର ମଥୁରା ଷ୍ଟେସନରେ ଘଟିଥିଲା । ଘଟଣାଟି ହେଉଛି ମଥୁରାର ଆୟୁଷୀ ଚୌଧୁରୀ ହତ୍ୟା ମାମଲାର । ଆୟୁଷୀ ମଧ୍ୟ ଅନ୍ୟ ଜାତିର ପୁଅକୁ ପ୍ରେମ କରୁଥିଲେ ଏ କଥା ତାଙ୍କ ଘରେ ଜାଣିବା ପରେ ତାଙ୍କ ପିତା ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାରେ ମା ମଧ୍ୟ ସାମିଲ ଥିଲେ । ଦିଲ୍ଲୀର ବଦରପୁର ଘରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପରେ ଶବକୁ ଏକ ନାଲି ସୁଟକେସରେ ପ୍ୟାକ୍ କରାଯାଇ ୧୫୦ କିଲୋମିଟର ଦୂରରେ ଥିବା ମଥୁରା ଜିଲ୍ଲାର ରାୟା ଅଞ୍ଚଳର ଯମୁନା ଏକ୍ସପ୍ରେସୱେରେ ପକାଇ ଦିଆଯାଇଥିଲା। ୧୮ ନଭେମ୍ବରରେ ଆୟୁଷୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.