ସରିଲା ୬ ଦିନିଆ ରିମାଣ୍ଡ: କମ୍‌ କହିଲେ ଅଧିକ ଲୁଚାଇଲେ ଅର୍ଚ୍ଚନା, ତୃତୀୟ ଥର ପାଇଁ ନେଇପାରେ ଇଡି

ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଅର୍ଚ୍ଚନା ନାଗଙ୍କ ୬ ଦିନିଆ ରିମାଣ୍ଡ । ରିମାଣ୍ଡରେ କମ୍‌ କହିଲେ, ଲୁଚାଇଲେ ଅଧିକ । ରିମାଣ୍ଡରେ ସତ କହିଲେ କମ୍‌, ବେଶୀ ମିଛ କହିଲେ । ଅର୍ଚ୍ଚନା ନାଗଙ୍କୁ ଆଉ ତିନି ଦିନ ରିମାଣ୍ଡରେ ନେଇପାରେ ଇଡି। ଦୁଇ ଦୁଇ ଥର ରିମାଣ୍ଡରେ ଆସିଥିଲେ ବି ED ଆଗରେ ମୁହଁ ଖୋଲି ନାହାନ୍ତି ଅର୍ଚ୍ଚନା । ଆଗକୁ ଆସିବ ଜେରା ପାର୍ଟ ୩ । ଏବେ ତୃତୀୟ ଥର ରିମାଣ୍ଡରେ ଆଣି ବଡ଼ ବଡ଼ିଆଙ୍କ ସହ ମୁହାଁମୁହିଁ ଜେରା କରିବାକୁ ଯୋଜନା ରଖିଛି ପ୍ରବର୍ତ୍ତନ ନିର୍ଦେଶାଳୟ ।

ମୁହାଁମୁହିଁ ଜେରାରେ ଶ୍ରଦ୍ଧାଞ୍ଜଳି ED ଆଗରେ ଅର୍ଚ୍ଚନାଙ୍କ ଗୁମର ଖୋଲିଥିବା ବେଳେ ଅର୍ଚ୍ଚନା ଘଟଣାକୁ ସ୍ୱୀକାର କରୁ ନଥିଲେ । EDକୁ ସବୁ ତଥ୍ୟ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି । ED ତାକୁ ଆଧାର କରି ତାଲିକା କରୁଛି । ଏଥିରେ ବଡ଼ବଡିଆ ଆସି EDରେ ଜେରା ହେବେ । ସେମାନଙ୍କ ଠାରୁ ତଥ୍ୟ ହାସଲ କରିବ ତଦନ୍ତକାରୀ ସଂସ୍ଥା । ଖୁବ୍‌ଶୀଘ୍ର ସେମାନଙ୍କ ନିକଟକୁ ସମନ ପଠାଯିବ। ତେଣୁ ତୃତୀୟ ଥର ପାଇଁ ରିମାଣ୍ଡରେ ଆଣି ବଡ଼ବଡ଼ିଆଙ୍କ ସହ ମୁହାଁମୁହିଁ ଜେରା ପାଇଁ ଯୋଜନା କରୁଛି ଇଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.