ରାସନ କାର୍ଡଧାରୀଙ୍କର ଲାଗିଲା ଲଟେରୀ, ଚଳିତ ମାସ ସରକାର ଦେବେ ବଡ଼ ସୁବିଧା

ଯଦି ଆପଣଙ୍କ ପାଖରେ ମଧ୍ୟ ରେସନ କାର୍ଡ ଅଛି, ତେବେ ଆପଣଙ୍କୁ ଏହା ସମ୍ବନ୍ଧୀୟ ତଥ୍ୟ ଜାଣିବା ନିହାତି ଜରୁରୀ। ସମସ୍ତ ପ୍ରକାରର ସୁବିଧା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ରାସନ କାର୍ଡଧାରୀମାନଙ୍କୁ ଦିଆଯାଉଛି। ‘ପ୍ରଧାନମନ୍ତ୍ରୀ କିସାନ ଗରିବ କଲ୍ୟାଣ ଅନ୍ନ ଯୋଜନା’ ଅନ୍ତର୍ଗତ ଦେଶର ୮୦କୋଟି ଲୋକଙ୍କୁ ମାସକୁ ୫ କିଲୋଗ୍ରାମ ଗହମ ମାଗଣାରେ ଦିଆଯାଉଛି। ଏହା ବ୍ୟତୀତ କାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ପ୍ରକାର ଯୋଜନା କାର୍ଯ୍ୟକାରୀ ହେଉଛି ।

ତେବେ ନୂଆ ବର୍ଷରେ ହରିୟାଣା ସରକାର ରାଜ୍ୟର ୨୯ ଲକ୍ଷ ବିପିଏଲ ପରିବାର (ଯେଉଁମାନେ ଗରିବ ରେଖା ତଳେ ଥିବା ଲୋକ)ଙ୍କୁ ହଳଦିଆ ରାସନ କାର୍ଡ ଉପହାର ଦେବାକୁ ଯାଉଛନ୍ତି। ନୂତନ ହଳଦିଆ ରାସନ କାର୍ଡ ପାଇବା ପରେ ୨୯ ଲକ୍ଷ ପରିବାର ଏହି ସୁବିଧାର ଲାଭ ଉଠାଇପାରିବେ। ତେବେ ସମସ୍ତ ହିତାଧିକାରୀଙ୍କୁ ଅନଲାଇନ ପ୍ରକ୍ରିୟାରେ ହଳଦିଆ କାର୍ଡ ଜାରି କରାଯିବ। ଏହି ସୁବିଧା ପାଇବା ପାଇଁ ଏକ କ୍ଲିକ୍ କରିବାକୁ ପଡିବ , ଯାହା ମାଧ୍ୟମରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସେମାନଙ୍କୁ ବଣ୍ଟନ କରିବେ। ଏହା ବ୍ୟତୀତ ସରକାର ବିପିଏଲ କାର୍ଡ ପାଇଁ ସର୍ବନିମ୍ନ ବାର୍ଷିକ ଆୟ ୧.୨୦ ଲକ୍ଷରୁ ୧.୮୦ ଲକ୍ଷକୁ ବୃଦ୍ଧି କରିଛନ୍ତି।

ସରକାରଙ୍କ ବାର୍ଷିକ ଆୟ ସୀମା ବୃଦ୍ଧି ହେତୁ ହିତାଧିକାରୀ ପରିବାର ସଂଖ୍ୟା ୨୮.୯୩ ଲକ୍ଷକୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ହରିୟାଣା ବିପିଏଲ ପରିବାରର ସଂଖ୍ୟା ୧୧.୫୦ ଲକ୍ଷ ଥିଲା। ବିପିଏଲ ଅଧୀନରେ ଆସୁଥିବା ପରିବାର ଉପରେ ପୁଣିଥରେ ସର୍ଭେ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଆଧାର କରି ଏକ ନୂତନ ତାଲିକା ଜାରି କରାଯାଇଛି। ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ ଯୋଗ୍ୟ ପରିବାର ମାନଙ୍କୁ ସରକାରଙ୍କ ଦ୍ୱାରା ଅନ୍ତଦୋୟ ଅନ୍ନ ଯୋଗୀ ପାରିବାର ଏବଂ ପ୍ରାଥମିକ ପରିବାର ବର୍ଗରେ ବିଭକ୍ତ କରାଯାଇଛି ।

ଅନ୍ତଦୋୟ ପରିବାରକୁ ୩୫ କିଲୋଗ୍ରାମ ଏବଂ ବିପିଏଲ୍, ଓପିଏଚ୍ ପରିବାରକୁ କିଲୋଗ୍ରାମ ପିଛା ୨ଟଙ୍କା ମୂଲ୍ୟରେ ୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ଦିଆଯାଏ । ଏହା ବ୍ୟତୀତ ସେପ୍ଟେମ୍ବରରେ କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ଡିସେମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଜାରି ରଖିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଅନୁରୂପ ଭାବେ, କେନ୍ଦ୍ର ସରକାରଙ୍କ ଅଧୀନରେ ରାସନ ବଣ୍ଟନର ଏହା ହେଉଛି ଶେଷ ମାସ । ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ହିତାଧିକାରୀଙ୍କୁ ୫ କିଲୋ ଗହମ ମାଗଣାରେ ଦିଆଯାଇଥାଏ । ତେବେ ଯଦି ଆପଣ ହରିୟାଣାର ବାସିନ୍ଦା କିମ୍ବା ଆପଣଙ୍କର ବନ୍ଧୁ ପରିଜନ କିଏ ରହୁଛନ୍ତି ତାହେଲେ ସେମାନେ ଏହି ୟେଲୋ ରାସନ କାର୍ଡ ବା ହଳଦିଆ କାର୍ଡର ଲାଭ ନିଶ୍ଚୟ ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.