Below header

ପୁଣି ଜେଲ୍‌ରେ ରହିବେ ଅର୍ଚ୍ଚନା, ଜାମିନ୍‌ ଆବେଦନ ଖାରଜ କଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ

ଭୁବନେଶ୍ୱର(କେନ୍ୟୁଜ୍): ଅର୍ଚ୍ଚନା ନାଗଙ୍କ ଜାମିନ୍‌ ଆବେଦନ ଖାରଜ। ଜାମିନ୍‌ ଆବେଦନ ଖାରଜ କଲ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ । ଗତ ଶୁକ୍ରବାର ଜାମିନ୍‌ ଆବେଦନ କରିଥିଲେ ଅର୍ଚ୍ଚନା ନାଗ୍‌। ଏବେ ପୁଣି ଜେଲ୍‌ରେ ରହିବେ ଅର୍ଚ୍ଚନା । କେମିତି ବଡ଼ବଡ଼ିଆଙ୍କୁ କେମିତି ଫସାଉଥିଲେ ଅର୍ଚ୍ଚନା ନାଗ। ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟର ଖିଅ ଖୋଜା ଚାଲିଛି ।

ଏପଟେ ଅଧିକ ଖୋଳତାଡ ପାଇଁ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ତାଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଖଣ୍ଡଗିରି ଥାନା ପୋଲିସ କୋର୍ଟରେ ଆବେଦନ କରିବ ବୋଲି ସୂଚନା ମିଳିଛି । ରିମାଣ୍ଡରେ ଆଣି ବ୍ଲାକମେଲିଂର ସତ ବାହାର କରିବ । କୌଣସି ଏକ ଅଜ୍ଞାତ ସ୍ଥାନ ନହେଲେ ଜେଲରେ ତାଙ୍କୁ ଜେରା ହୋଇପାରେ । କେମିତି ବଡ଼ବଡ଼ିଆଙ୍କୁ ନିଜ ମାୟାଜାଲରେ ଫସାଉଥିଲା ? କେଉଁମାନଙ୍କୁ ବ୍ଲାକମେଲିଂ କରିଛନ୍ତି ? କାହାଠୁ ଖସାଇଛନ୍ତି କେତେ ଟଙ୍କା ? ଲିଷ୍ଟରେ ଆଉ କେଉଁମାନେ ଥିଲେ ? ବ୍ଲାକମେଲିଂରୁ ଆଦାୟ କରିଥିବା ଟଙ୍କା କେଉଁଠି ଲଗାଇଛନ୍ତି ? ସେକ୍ସ ରାକେଟରେ କିଭଳି ଥିଲା ଲିଙ୍କ ? ସେ ହ୍ଵାଟସଆପ୍‌ରେ ଚାଟିଂ କରିଥିବା ସୁନୀଲ ଭାଇ କିଏ ? ଖଗେଶ୍ୱରକୁ କେବେଠୁ ଜାଣିଛନ୍ତି ? ବ୍ଲାକମେଲିଂ ରାକେଟରେ ତାଙ୍କର ସଂପୃକ୍ତି କିଭଳି ? ଏଭଳି ପ୍ରଶ୍ନମାଳ ତିଆରି ହୋଇଛି । ଖୁବଶୀଘ୍ର ଖୋଲିବ ଅର୍ଚ୍ଚନା ନାଗଙ୍କ ସିଣ୍ଡିକେଟ ରହସ୍ୟ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.