ଗିରଫ ହେଲେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ, PMLA ଆକ୍ଟ ଅନୁସାରେ ବାନ୍ଧିଲା ଇଡି

ଭୁବନେଶ୍ୱର(କେନ୍ୟୁଜ୍): ଗିରଫ ହେଲେ ଜଗବନ୍ଧୁ ଚାନ୍ଦ। ଗିରଫ ହେଲେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ। PMLA ଆକ୍ଟ ଅନୁସାରେ ଗିରଫ କଲା ଇଡି। ଗତକାଲି ସରିଥିଲା ଜଗବନ୍ଧୁଙ୍କ ରିମାଣ୍ଡ ଅବଧି। ଆଜି କୋର୍ଟରେ ହାଜର ହେବେ ଜଗବନ୍ଧୁ ।

ଏପଟେ ଅର୍ଚ୍ଚର୍ନା ନାଗ ହନି ଟ୍ରାପ ମାମଲାରେ କଳିଙ୍ଗ ଟିଭି/କେନ୍ୟୁଜ୍ ହାତରେ ଲାଗିଛି ଏକ୍ସକ୍ଲୁସିଭ୍‌ ତଥ୍ୟ । ପ୍ରଥମ ପର୍ଯ୍ୟାୟ ସିଜର ଲିଷ୍ଟର ଫୋରେନସିକ୍‌ ରିପୋର୍ଟ ଆସିଛି । ସେଥିରେ ନାହିଁ ଅର୍ଚ୍ଚନାଙ୍କ ମୁଖ୍ୟ ମୋବାଇଲର ତଥ୍ୟ । ଅର୍ଚ୍ଚନାଙ୍କୁ ଅକ୍ଟୋବର ୬ ତାରିଖରେ ଗିରଫ କରିଥିଲା କମିଶନରେଟ ପୋଲିସ । ଏବେ କଳିଙ୍ଗ ଟିଭିକୁ ମିଳିଥିବା ସୂଚନା ଅନୁସାରେ, ସେତେବେଳେ ଜବତ ମୁଖ୍ୟ ମୋବାଇଲ୍‌ ଫୋନ୍‌ କମିଶନରେଟ ପୋଲିସ ପାଖରେ ଅକ୍ଟୋବର ୨୧ ତାରିଖ ଯାଏ ରହିଥିଲା । ଅକ୍ଟୋବର ୨୧ରେ ଯେତେବେଳେ ଜଗବନ୍ଧୁଙ୍କୁ ଗିରଫ କରାଗଲା ସେତେବେଳେ ଅର୍ଚ୍ଚନାଙ୍କ ମୁଖ୍ୟ ଫୋନ୍‌କୁ ସିଜର ଲିଷ୍ଟରେ ରଖିଥିଲା ପୋଲିସ ।

ଏବେ ଇଡିକୁ କେବଳ ମିଳିଛି ଅକ୍ଟୋବର ୬ରେ ହୋଇଥିବା ସିଜର ଲିଷ୍ଟର ଫୋରେନସିକ ତଥ୍ୟ । ଅକ୍ଟୋବର ୨୧ରେ ତଥ୍ୟ ଏଯାଏ ମିଳିନାହିଁ । ଏବେ ପ୍ରଶ୍ନ ଉଠୁଛି, ଅକ୍ଟୋବର ୬ରୁ ୨୧ ଯାଏ ଅର୍ଚ୍ଚନାଙ୍କ ମୁଖ୍ୟ ଫୋନ୍‌ କମିଶନରେଟ ପୋଲିସ କାହିଁକି ରଖିଥିଲା ? ବହୁ ଫଟୋ, ଭିଡିଓ, ଚାଟିଂ ଫୋନରେ ରହିଥିଲା । ସେହି ତଥ୍ୟ ସୁରକ୍ଷିତ ରହିଛି ତ ? ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱିତୀୟ ପର୍ଯ୍ୟାୟ ରିପୋର୍ଟକୁ ଅପେକ୍ଷା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.