Below header

ନବ ବିବାହିତ ଯୋଡିଙ୍କୁ ସରକାର ଦେବେ ଲକ୍ଷଲକ୍ଷ ଟଙ୍କା, ବାସ୍‌ ଏପରି କରନ୍ତୁ ଆବେଦନ

ପ୍ରତିବର୍ଷ ଦୀପାବଳିର କିଛି ଦିନ ପରେ ବିବାହ ଋତୁ ଆରମ୍ଭ ହୋଇଯାଏ। ଚଳିତ ବର୍ଷ ମଧ୍ୟ ଅନେକ ପରିବାରର ପୁଅ ଓ ଝିଅ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏପରି ପରିସ୍ଥିତିରେ ଆପଣଙ୍କୁ ସରକାରଙ୍କ ଏହି ଯୋଜନା ବିଷୟରେ ନିହାତି ଭାବେ ପତ୍ତା ଥିବା ଉଚିତ। ଆଜି ଆମେ ଆପଣଙ୍କୁ ଏପରି ଏକ ଯୋଜନା ବିଷୟରେ କହିବାକୁ ଯାଉଛି, ଯାହା ଅଧିନରେ ସରକାର ନୂଆ ବିବାହିତ ଦମ୍ପତିଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଦେଉଛନ୍ତି । ଯଦି ଆପଣ ଏହି ଯୋଜନାରେ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ନିଜ ଅଞ୍ଚଳର ସାଂସଦ କିମ୍ବା ବିଧାୟକଙ୍କ ପାଖକୁ ଯାଇ ଆବେଦନ କରିବାକୁ ପଡ଼ିବ । ତେବେ ଆଉ ବିଳମ୍ବ ନକରି ଆସନ୍ତୁ ଜାଣିବା ଏହି ଯୋଜନାର ଲାଭ କିପରି।

ଏପରି କରନ୍ତୁ ଯୋଜନା ପାଇଁ ଆବେଦନ

– ଏହି ଯୋଜନାର ଲାଭ ଉଠାଇବାକୁ ଆପଣଙ୍କୁ ନିଜ ଅଞ୍ଚଳର ବିଧାୟକ କିମ୍ବା ସାଂସଦଙ୍କ ନିକଟକୁ ଯିବାକୁ ପଡିବ । ଆପଣଙ୍କ ଦ୍ୱାରା ଦିଆଯାଇଥିବା ଆବେଦନକୁ ସେମାନେ ଡକ୍ଟର ଆମ୍ବେଦକର ଫାଉଣ୍ଡେସନ କାର୍ଯ୍ୟାଳୟକୁ ପଠାଇବେ ।

– ଆପଣ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟରେ ମଧ୍ୟ ଏହି ଯୋଜନା ପାଇଁ ଆବେଦନ କରିପାରିବେ । ଧ୍ୟାନ ରଖନ୍ତୁ ଯେ ଆବେଦନକୁ ସମ୍ପୂର୍ଣ୍ଣ ରୂପେ ପୂରଣ କରିବେ ଏବଂ ନିୟମ ଅନୁଯାୟୀ ଏହାକୁ ଅଫିସରେ ଦାଖଲ କରିବେ । ସେଠାରୁ ମଧ୍ୟ ଆପଣଙ୍କର ଆବେଦନ ଡକ୍ଟର ଆମ୍ବେଦକର ଫାଉଣ୍ଡେସନକୁ ପଠାଇ ଦିଆଯିବ ।

ଜାଣନ୍ତୁ ଏହି ଯୋଜନା ଅଧୀନରେ କିଏ ଆବେଦନ କରିପାରିବ?

ଏହି ଯୋଜନା ଅଧୀନରେ କେବଳ ସେହି ଲୋକଙ୍କ ଆବେଦନଗୁଡ଼ିକ ଗ୍ରହଣ କରାଯାଏ, ଯେଉଁମାନେ ସାଧାରଣ ବର୍ଗର ହୋଇ କୌଣସି ଦଳିତ ସମ୍ପ୍ରଦାୟର ଝିଅ ସହ ବିବାହ କରନ୍ତି ଅର୍ଥାତ୍ ବାହାହେବାକୁ ଯାଉଥିବା ପୁଅ ଏବଂ ଝିଅ ଗୋଟିଏ ଜାତିର ହୋଇନଥିବା ଉଚିତ୍ । ଆପଣଙ୍କ ବାହାଘର ହିନ୍ଦୁ ବିବାହ ଅଧିନିୟମ ୧୯୫୫ ଅନୁଯାୟୀ ପଞ୍ଜୀକୃତ ହେବା ଉଚିତ୍ । ଏହାକୁ ଧ୍ୟାନରେ ରଖନ୍ତୁ, ଏହା ଆପଣଙ୍କର ପ୍ରଥମ ବିବାହ ହେବା ଉଚିତ୍ । ଯଦି ଏହା ଆପଣଙ୍କର ଦ୍ୱିତୀୟ ବିବାହ ତେବେ ଆପଣ ଏହି ଯୋଜନାର ଲାଭ ଉଠାଇ ପାଇବେ ନାହିଁ । ଏହି ଯୋଜନାରେ ଏହି କଥାକୁ ମଧ୍ୟ ଧ୍ୟାନ ରଖିବାକୁ ହେବ ଯେ ଆପଣ ଯଦି କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ଅନ୍ୟ କୌଣସି ସରକାରୀ ଯୋଜନାର ଲାଭ ଉଠାଇଛନ୍ତି, ତେବେ ଏହାର ପରିମାଣ କମାଯାଏ ।

କିପରି ଆବେଦନ କରିବେ?

-ନୂଆ ବିବାହିତ ଯୋଡିଙ୍କୁ ନିଜର ଜାତିଗତ ପ୍ରମାଣ ପତ୍ରକୁ ଏହି ଆବେଦନ ସହିତ ସଂଲଗ୍ନ କରିବାକୁ ପଡିବ ।
– ବିବାହ ପ୍ରମାଣପତ୍ର ଆବେଦନ ସହିତ ଦାଖଲ କରିବାକୁ ପଡିବ ।
-ଆପଣଙ୍କୁ ଏକ ଆଫିଡେଭିଟ୍ ମଧ୍ୟ ଦେବାକୁ ପଡିବ, ଯେଉଁଥିରେବିବାହିତ ବୋଲି ଦର୍ଶାଯାଇଥିବ।
-ଆପଣଙ୍କୁ ଏହା ବି ପ୍ରମାଣ ଦେବାକୁ ପଡିବ ଯେ ଏହା ଆପଣଙ୍କର ପ୍ରଥମ ବିବାହ।
-ସ୍ୱାମୀ ସ୍ତ୍ରୀଙ୍କ ଇନକମ୍ ସାର୍ଟିଫିକେଟ୍ ଜମା କରିବାକୁ ପଡ଼ିବ ।
-ଆପଣଙ୍କ ଜଏଣ୍ଟ୍ ବ୍ୟାଙ୍କ ଆକାଉଣ୍ଟ ଜମା ହେବ, ଯେଉଁଥିରେ ଆପଣଙ୍କୁ ଟଙ୍କା ଟ୍ରାନ୍ସଫର କରାଯିବ ।
-ଆବେଦନପତ୍ର ଦାଖଲ କରିବା ପରେ ଏହା ଯାଞ୍ଚ କରାଯାଇଥାଏ ଏବଂ କିଛି ଦିନ ପରେ ସେମାନଙ୍କ ନାମରେ ସ୍ୱାମୀ-ସ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧.୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥାଏ, ବାକି ୧ ଲକ୍ଷ ଟଙ୍କା ଏଫଡି ଆକାରରେ ଦିଆଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.