ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିବ ଅର୍ପଣ ରଥରେ ସଂଗୃହିତ ଅର୍ଘ୍ୟ, ଅରୁଆ ଚାଉଳରେ ପ୍ରସ୍ତୁତ ହେବ ଖେଚୁଡ଼ି ଓ ପିଠା

ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିବ ଭକ୍ତଙ୍କ ଅର୍ଘ୍ୟ । ଅର୍ପଣ ରଥରେ ମହାପ୍ରଭୁଙ୍କ ପାଇଁ ସଂଗୃହୀତ ଅର୍ଘ୍ୟକୁ ସସମ୍ମାନେ ଗ୍ରହଣ କରିବ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ । ଶ୍ରୀଜୀଉଙ୍କ ପାଇଁ ଭକ୍ତ ଦେଇଥିବା ଚାଉଳ, ଗୁଆ, ଶ୍ରୀଫଳକୁ ତର୍ଜମା କରି ବ୍ୟବସ୍ଥା ଅନୁସାରେ ମହାପ୍ରଭୁଙ୍କ ସେବାରେ ଲଗାଯିବ ।

ପୁରୀ (କେନ୍ୟୁଜ): ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିବ ଭକ୍ତଙ୍କ ଅର୍ଘ୍ୟ । ଅର୍ପଣ ରଥରେ ମହାପ୍ରଭୁଙ୍କ ପାଇଁ ସଂଗୃହୀତ ଅର୍ଘ୍ୟକୁ ସସମ୍ମାନେ ଗ୍ରହଣ କରିବ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ । ଶ୍ରୀଜୀଉଙ୍କ ପାଇଁ ଭକ୍ତ ଦେଇଥିବା ଚାଉଳ, ଗୁଆ, ଶ୍ରୀଫଳକୁ ତର୍ଜମା କରି ବ୍ୟବସ୍ଥା ଅନୁସାରେ ମହାପ୍ରଭୁଙ୍କ ସେବାରେ ଲଗାଯିବ । ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ପୂର୍ବରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଅର୍ପଣ ରଥ ବୁଲିବା ବେଳେ ଶ୍ରଦ୍ଧାଳୁମାନେ ଭକ୍ତିଭାବର ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଚାଉଳ, ଗୁଆ ଓ ଶ୍ରୀଫଳ ପ୍ରଦାନ କରିଥିଲେ ।

ମହାପ୍ରଭୁଙ୍କ ପାଇଁ ଭକ୍ତ ପ୍ରଦାନ କରିଥିବା ସମସ୍ତ ଜିନିଷକୁ ମହାପ୍ରଭୁଙ୍କ କାର୍ଯ୍ୟରେ ଲଗାଯିବ ବୋଲି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସେବାୟତ ସ୍ପଷ୍ଟ କରିଛନ୍ତି । ଏପରିକି ସଂଗୃହୀତ ଚାଉଳକୁ ନିଯୋଗ ପକ୍ଷରୁ ରଖାଯିବା ସହ ମହାପ୍ରଭୁଙ୍କ ବିଭିନ୍ନ କାର୍ଯ୍ୟରେ ଲଗାଯିବ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି । ଭିନ୍ନ ଭିନ୍ନ ଭକ୍ତଙ୍କଠାରୁ ଅରୁଆ ଚାଉଳ ସଂଗ୍ରହ ହୋଇତିବାରୁ ଚାଉଳର କିସମ ଭିନ୍ନ ଭିନ୍ନ ରହିଛି । ତେଣୁ ଏଥିରେ ଖେଚୁଡ଼ି ଭୋଗ ପ୍ରସ୍ତୁତ କରାଯାଇ ଭକ୍ତଙ୍କୁ ବଣ୍ଟାଯିବ । ସଂଗ୍ରହ ହୋଇଥିବା ଗୁଆ ଶ୍ରୀଜୀଉଙ୍କ ପାଇଁ ପ୍ରସ୍ତୁତ ହେଉଥିବା ବିଡିଆ ପାନରେ ବ୍ୟବହାର କରାଯିବ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.