୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ, ପୂଜାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

୨୭ରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ । ଆସନ୍ତା ୨୭ ତାରିଖରେ ସମଲେଇ ମନ୍ଦିର ରୁପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ହେବ । ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ମନ୍ଦିର ଆସି ପୂଜାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ୨୭ରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ । ଆସନ୍ତା ୨୭ ତାରିଖରେ ସମଲେଇ ମନ୍ଦିର ରୁପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ହେବ । ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ମନ୍ଦିର ଆସି ପୂଜାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ପ୍ରମୁଖ ପ୍ରାରମ୍ଭିକ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତି ସମୀକ୍ଷା କରିଛନ୍ତି । ସମଲେଇ ଲୋକାର୍ପଣ ପ୍ରକଳ୍ପରେ ଶ୍ରଦ୍ଧାଳୁମାନେ କିପରି ଆସିବେ , ସେମାନଙ୍କ ସୁବ୍ୟବସ୍ଥିତ ଦର୍ଶନ ଆଦି ବିଭିନ୍ନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି ।

ଅନ୍ୟପଟେ ସର୍କିଟ ହାଉସରେ ପ୍ରଣବ ପ୍ରକାଶ ଓ ମାନସ ଦଳର ବିଭିନ୍ନ ନେତା ଓ କର୍ମୀଙ୍କ ସହ ମଧ୍ୟ ଅନ୍ୟ ଏକ ବୈଠକରେ ସାଙ୍ଗଠନିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି । ଜିଲ୍ଲାର ରେଙ୍ଗାଲି, କୁଚିଣ୍ଡା, ରେଢାଖୋଲ ଓ ସମ୍ବଲପୁର ୪ ବିଧାନସଭାର ନେତାମାନଙ୍କ ସହ ପୃଥକ ପୃଥକ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇ ସେମାନଙ୍କ ସମସ୍ୟା ଦୂର କରିବାକୁ ପରାମର୍ଶ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.