ସରିଲା ପଞ୍ଚାୟତ ନିର୍ବାଚନ ଭୋଟିଂ, ପାଞ୍ଚଟି ପର୍ଯ୍ୟାୟରେ ପ୍ରାୟ ୭୦% ମତଦାନ ହୋଇଥିବା ସୂଚନା

(କେନ୍ୟୁଜ): ସରିଲା ପଞ୍ଚାୟତ ନିର୍ବାଚନ ଭୋଟିଂ । ପାଞ୍ଚଟି ପର୍ଯ୍ୟାୟରେ ମତଦାନ ସରିଛି । ଆଜି ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ୨୫ ଜିଲ୍ଲାର ୪୮ଟି ବ୍‌୍ଲକର ୧୩୧ ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟିଂ ହୋଇଛି । ୯୭୫ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ଭୋଟ ଦେଇଛନ୍ତି ଭୋଟର । ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲାର ୭୧ ବ୍ଲକର ୧୬ ଶହ ୬୯ ପଞ୍ଚାୟତରେ ବିଭିନ୍ନ ପଦବୀ ଓ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍‌ ନିଆଯାଇଛି ।

ସେହିପରି ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ୩୦ ଜିଲ୍ଲାର ୬୮ଟି ବ୍ଲକରେ ୧୮୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ଭୋଟିଂ ହୋଇଛି । ୧୫ ଶହ ୧୪ ପଞ୍ଚାୟତ, ୨୦ ହଜାର ୪୩୬ ଓ୍ଵାର୍ଡ ମେମ୍ବର ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି । ୨୦ ତାରିଖରେ ତୃତୀୟ ପର୍ଯ୍ୟାୟରେ ୨୯ ଜିଲ୍ଲାର ୬୩ ବ୍ଲକର ୧୩ଶହ ୮୨ଟି ପଞ୍ଚାୟତ ଓ ୧୭୧ ଜିଲ୍ଲା ପରିଷଦ ଜୋନ୍‌ ପାଇଁ ଭୋଟ୍‌ ଗ୍ରହଣ ହୋଇଥିଲା । ୨୨ ତାରିଖ ଚତୁର୍ଥ ପର୍ଯ୍ୟାୟରେ ୧୨୫୪ଟି ପଞ୍ଚାୟତ ଓ ୧୬୩ ଜିଲ୍ଲା ପରିଷଦରେ ପ୍ରାର୍ଥୀଙ୍କ ଭାଗ୍ୟ ବାଲଟ ବାକ୍ସରେ ସିଲ୍‌ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.