Below header

ଜନ୍ମମାଟିରେ ପହଞ୍ଚିଲେ ଓଡ଼ିଆ ଶ୍ରମବୀର, ପରିବାର ଓ ସମ୍ପର୍କୀୟଙ୍କୁ ଦେଖି ହେଲେ ଭାବବିହ୍ବଳ

ଜନ୍ମମାଟିରେ ଶ୍ରମବୀର । ଉତ୍ତରକାଶୀରେ ଟନେଲରୁ ଉଦ୍ଧାର ପରେ ଓଡ଼ିଶା ଫେରିଥିବା ମୟୂରଭଞ୍ଜ ଜିଲ୍ଲାର ୩ ଶ୍ରମିକ ନିଜ ଗାଁରେ ପହଞ୍ଚିଛନ୍ତି । ବାଙ୍ଗିରିପୋଷି ବ୍ଲକ ବେଢାକୁଦର ଗାଁର ଧୀରେନ ନାୟକ, ଜଗିବନ୍ଧ ଗାଁର ବିିଶ୍ୱେଶ୍ୱର ନାୟକ ଓ ତିରିଂ ଥାନା ଅଞ୍ଚଳର ରାଜୁ ନାୟକ ଗାଁରେ ପହଞ୍ଚିଛନ୍ତି ।

ବାଙ୍ଗିରିପୋଷି (କେନ୍ୟୁଜ): ଜନ୍ମମାଟିରେ ଶ୍ରମବୀର । ଉତ୍ତରକାଶୀରେ ଟନେଲରୁ ଉଦ୍ଧାର ପରେ ଓଡ଼ିଶା ଫେରିଥିବା ମୟୂରଭଞ୍ଜ ଜିଲ୍ଲାର ୩ ଶ୍ରମିକ ନିଜ ଗାଁରେ ପହଞ୍ଚିଛନ୍ତି । ବାଙ୍ଗିରିପୋଷି ବ୍ଲକ ବେଢାକୁଦର ଗାଁର ଧୀରେନ ନାୟକ, ଜଗିବନ୍ଧ ଗାଁର ବିିଶ୍ୱେଶ୍ୱର ନାୟକ ଓ ତିରିଂ ଥାନା ଅଞ୍ଚଳର ରାଜୁ ନାୟକ ଗାଁରେ ପହଞ୍ଚିଛନ୍ତି । ସେମାନଙ୍କୁ ପାଖରେ ପାଇ ପରିବାର ଲୋକ ଖୁସି ।

ସେହିପରି ନିଜ ପରିବାର ଓ ସମ୍ପର୍କୀୟଙ୍କୁ ପାଖରେ ପାଇ ବେଶ ଭାବବିହ୍ବଳ ହୋଇଛନ୍ତି ଶ୍ରମିକ । ୧୭ ଦିନ ପରେ ଟନେଲରୁ ଉଦ୍ଧାର ହୋଇଥିଲେ । ପୁନର୍ଜୀବନ ପାଇଥିଲେ ୪୧ ଶ୍ରମିକ । ସେମାନଙ୍କ ଭିତରେ ଥିଲେ ଓଡ଼ିଶାର ୫ ଜଣ । ସେମାନଙ୍କ ମଧ୍ୟରୁ ୪ ଜଣ ଗତକାଲି ଓଡ଼ିଶା ଫେରିଥିଲେ । ଶ୍ରମ ମନ୍ତ୍ରୀ ସାରଦା ନାୟକ ୪ ଜଣଙ୍କୁ ଧରି ଦିଲ୍ଲୀରୁ ଆସିଥିଲେ ଭୁବନେଶ୍ବର । ପରେ ୪ ଜଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ସେମାନଙ୍କୁ ଲକ୍ଷେ ଟଙ୍କା ଲେଖାଏ ଆର୍ଥିକ ସହାୟତା ଦେଇଥିଲେ ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.