ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆପଣାନ୍ତୁ ଏହି ଉପାୟ, ଧନଧାନ୍ୟରେ ଭରିଯିବ ଘର

ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ଧନର ଦେବୀ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବା ଆବଶ୍ୟକ । ଏପରି ପରିସ୍ଥିତିରେ ଯଦି ଆପଣ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିବେ ତେବେ ଆମେ ଆପଣଙ୍କ ପାଇଁ କିଛି ଉପାୟ ନେଇ ଆସିଛୁ ।

ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ଯେ ତାଙ୍କ ଜୀବନ ଧନଧାନ୍ୟରେ ପୂରି ଉଠୁ ଏବଂ ଜୀବନରେ ଆର୍ଥିକ ସମସ୍ୟା ଦୂର ହେଉ । ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ଧନର ଦେବୀ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବା ଆବଶ୍ୟକ । ଏପରି ପରିସ୍ଥିତିରେ ଯଦି ଆପଣ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିବେ ତେବେ ଆମେ ଆପଣଙ୍କ ପାଇଁ କିଛି ଉପାୟ ନେଇ ଆସିଛୁ । ବେଳେବେଳେ ଆପଣ କରିଥିବା ଛୋଟ କାର୍ଯ୍ୟଗୁଡ଼ିକ ମଧ୍ୟ ମା’ଙ୍କୁ ପ୍ରସନ୍ନ କରାଏ । ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ୧୦ଟି ସହଜ ଉପାୟ ବିଷୟରେ ଆସନ୍ତୁ ଜାଣିବା ।

ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ୧୦ ଉପାୟ :

୧. ଯଦି ଆପଣ ପ୍ରତିଦିନ ସକାଳେ ଉଠିବା ପରେ ସ୍ନାନ ସାରି ତୁଳସୀ ଗଛରେ ପାଣି ଅର୍ପଣ କରନ୍ତି, ତେବେ ଘରେ ସମୃଦ୍ଧି ଆସିବ । ଏହା ସହିତ ଯେଉଁ ଘରେ ପ୍ରତିଦିନ ସନ୍ଧ୍ୟାରେ ତୁଳସୀ ଚଉଁରା ମୂଳରେ ଘିଅ ଦୀପ ଜଳାଯାଏ ସେହି ଘରେ ଦାରିଦ୍ର୍ୟ ଦୂରେଇ ଯାଏ ।

୨. ଯଦି ଆପଣ ପ୍ରତିଦିନ ସକାଳେ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ଥ ପୂର୍ବରୁ ଘର ସଫା କରନ୍ତି ଏବଂ ଘରର ମୁଖ୍ୟ ଦ୍ୱାରରେ ଘିଅ ଦୀପ ଜାଳନ୍ତି, ତେବେ ପ୍ରତ୍ୟେକ ବିପଦ ଘରୁ ଦୂରେଇ ଯିବ ଏବଂ ମା’ ଲକ୍ଷ୍ମୀ ଘରେ ବାସ କରିବେ ।

୩. ଯେଉଁ ଘରେ ଘରର ବୟସ୍କ ବ୍ୟକ୍ତିମାନଙ୍କୁ ସମ୍ମାନ ଦିଆଯାଏ, ସେହି ଘରର ସଦସ୍ୟମାନଙ୍କୁ ଶାରୀରିକ, ମାନସିକ ଏବଂ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ନାହିଁ । ଏଭଳି ସ୍ଥିତିରେ ମା’ ଲକ୍ଷ୍ମୀ ଘରେ ସର୍ବଦା ରୁହନ୍ତି ।

୪. ଯଦି ଆପଣ ଶୁକ୍ରବାର ଦିନ ଶ୍ରୀ ସୁକ୍ତ ପାଠ ଜପ କରନ୍ତି, ତେବେ ଆପଣ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବେ । ଏହି କାରଣରୁ ଘରେ କେବେ ଆର୍ଥିକ ସମସ୍ୟା ରୁହେ ନାହିଁ ।

୫. ଗୋମାତାଙ୍କ ଶରୀରରେ ୩୩ କୋଟି ଦେବାଦେବୀ ରୁହନ୍ତି । ସେଥିପାଇଁ ଲୋକମାନେ ପ୍ରତିଦିନ ଗାଈ ସେବା କରନ୍ତି ଏବଂ ଗାଈକୁ ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ ଖାଇବାକୁ ଦିଅନ୍ତି । ଏଭଳି କଲେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ମିଳିଥାଏ ।

୬. ଯେଉଁ ଘରେ ମହିଳାମାନଙ୍କୁ ସମ୍ମାନ ଦିଆଯାଏ, ମା’ଲକ୍ଷ୍ମୀ ସେହି ଘରେ ସର୍ବଦା ବାସ କରନ୍ତି । ତେଣୁ ଘରର ପ୍ରତ୍ୟେକ ମହିଳାଙ୍କୁ ସମ୍ମାନର ସହିତ ବ୍ୟବହାର କରନ୍ତୁ ।

୭. ଯେଉଁ ଘରମାନଙ୍କରେ ରୋଷେଇ ଘରେ ରାତିର ବାସନ ସଫା କରା ନଯାଇ ପରଦିନ ସକାଳେ ବାସନ ଧୁଆଯାଏ । ସେହି ଘରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ନଥାଏ । ଏଭଳି କଲେ ସମସ୍ତ କଷ୍ଟ ଅର୍ଜିତ ଧନ ମଧ୍ୟ ପାଣି ଭଳି ଖର୍ଚ୍ଚ ହୋଇଯାଏ ।

୮. ଯଦି ଆପଣ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ଚାହାଁନ୍ତି, ତେବେ ପ୍ରତିଦିନ ଘରେ ଦେବୀ ଲକ୍ଷ୍ମୀଙ୍କ ଆଳତୀ ନିୟମିତ ଭାବେ କରନ୍ତୁ । ଏଭଳି କଲେ ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି । ଏହା ଦ୍ୱାରା ବ୍ୟବସାୟ ଏବଂ ଚାକିରିରେ ଉନ୍ନତି ମିଳେ ।
୯ . ଯଦି ଆପଣ ଚାହୁଁଥିବେ ଆପଣଙ୍କ ଘର ସର୍ବଦା ଧନଧାନ୍ୟରେ ପରିପୂର୍ଣ୍ଣ ହେଉ ତେବେ ଅଜଥା ଖର୍ଚ୍ଚ କରନ୍ତୁ ନାହିଁ ଏବଂ ଅଭାବୀ ଲୋକଙ୍କୁ ଦାନ କରନ୍ତୁ । ଦାନ କରିବା ଦ୍ୱାରା ଆପଣଙ୍କ ଟଙ୍କା କମ ହୁଏ ନାହିଁ ବରଂ ଦ୍ୱିଗୁଣିତ ହୁଏ ।

୧୦. ଯଦି ଆପଣ ଆର୍ଥିକ ସଙ୍କଟକୁ ଦୂର କରିବାକୁ ଚାହୁଁଛନ୍ତି ତେବେ ଶୁକ୍ରବାର ଦିନ ଅନେକ ଜିନିଷ ଦାନ କରିବା ଶୁଭ ହୋଇଥାଏ । କିନ୍ତୁ ମନେରଖନ୍ତୁ ଚିନି ଦାନ ନିଷେଧ ହୋଇଥାଏ ।

ତେବେ ଲକ୍ଷ୍ମୀଙ୍କ ଆଶର୍ବାଦ ଚାହୁଁଥିଲେ ଆପଣ ନିଶ୍ଚିତ ଏହି ୧୦ଟି ଉପାୟକୁ ଆପଣାନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ନିକଟରେ କେବେ ଆର୍ଥିକ ସଙ୍କଟ ଆସିବନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.