ଆର୍ଟ ଅଫ ଗିଭିଂରୁ ପ୍ରେରଣା, ମହାରାଷ୍ଟ୍ର ଥାନେରେ ଦିବ୍ୟାଙ୍ଗ ମହିଳାଙ୍କୁ ସହାୟତା କଲେ ସମାଜସେବୀ

ମୁମ୍ବାଇ (କେନ୍ୟୁଜ୍) : ଶିକ୍ଷାବିତ ଓ ସମାଜସେବୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆର୍ଟ ଅଫ ଗିଭିଂ ଧୀରେ ଧୀରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛି। ଆର୍ଟ ଅଫ ଗିଭିଂର ପ୍ରେରଣାରେ ଅନୁପ୍ରାଣିତ ହେଉଛନ୍ତି ଭାରତୀୟମାନେ। ମହାରାଷ୍ଟ୍ରର ଥାନେ ମହାନଗର ନିଗମରେ ଏକ ଦୋକାନ କରି ଦିବ୍ୟାଙ୍ଗ ମହିଳା ଲକ୍ଷ୍ମୀ ରସ୍ତୋଗୀ ନିଜ ଗୁଜୁରାଣ ମେଣ୍ଟାଉଥିଲେ। ମାତ୍ର ପ୍ରଶାସନ କୌଣସି କାରଣରୁ ତାଙ୍କ ଦୋକାନ ଭାଙ୍ଗି ଦେବା ପରେ ଲକ୍ଷ୍ମୀ ବେରୋଜଗାର ହୋଇପଡିଥିଲେ।

art of givingଏହି ଖବର ସ୍ଥାନୀୟ ସମାଜସେବୀଙ୍କ ନିକଟରେ ପହଞ୍ଚିବା ପରେ ସେମାନେ ତତ୍ପର ହୋଇ ଲକ୍ଷ୍ମୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଶେଷରେ ନଗର ନିଗମ କର୍ତ୍ତୃପକ୍ଷ ଲକ୍ଷ୍ମୀଙ୍କୁ ତାଙ୍କ ଦୋକାନ ଘର ଫେରାଇବାକୁ ବାଧ୍ୟ ହୋଇଥିଲେ। ସ୍ଥାନୀୟ ସମାଜସେବୀ ଲାୟନ ଅର୍ଚ୍ଚନା ପାଟୋଡିଆ, ସୁନୀଲ ପାଟୋଡିଆ, ଦୀପକ ଜୈନ, ପ୍ରମୋଦ ତିୱାରୀ, ୟୁଥ ସୋସିଆଲ ୱେଲଫେୟାର ଆସୋସିଏସନ ଏକାଠି ହୋଇ ଜଣେ ଦାତାଙ୍କ ଜରିଆରେ ଲକ୍ଷ୍ମୀଙ୍କୁ ନୂଆ ଦେକାନ ଯୋଗାଇ ଦେଇଥିଲେ।

ଏହା ସହ ଦୋକାନ ଚଳାଇବା ପାଇଁ ଲକ୍ଷ୍ମୀଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ସଂପୃକ୍ତ ଦାତା ପ୍ରତିଶ୍ରୁତି ଦେଇଥିବା ଲାୟନ ଅର୍ଚ୍ଚନା ପାଟୋଡିଆ କହିଛନ୍ତି। ସମାଜସେବୀ ତଥା ସାଂସଦ ଡକ୍ଚର ଅଚ୍ୟୁତ ସାମନ୍ତଙ୍କ ଆର୍ଟ ଅଫ ଗିଭିଂ ଚିନ୍ତାଧାରାରେ ସେମାନେ ଅନୁପ୍ରାଣିତ ହୋଇ ଏଭଳି ମହତ କାମ କରିଥିବା ୟୁଥ ଫୋରମର ସଦସ୍ୟମାନେ କହିଛନ୍ତି।

Leave A Reply

Your email address will not be published.