ପଦ୍ମଭୂଷଣ ଶ୍ରୀଯୁକ୍ତ ମନୋଜ ଦାସଙ୍କ ଜନ୍ମଦିନକୁ ନିଆରେ ଡଙ୍ଗରେ ପାଳିଲେ ଜଳେଶ୍ଵରର ଏହି ଯୁବ ଶିଳ୍ପୀ, ଗଛରେ ନିଖୁଣ ଭାବେ ଆଙ୍କିଲେ ତାଙ୍କ ପ୍ରତିଛବି

ଜଳେଶ୍ବର: ଆଜି ପଦ୍ମଭୂଷଣ ଶ୍ରୀଯୁକ୍ତ ମନୋଜ ଦାସଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନକୁ ନିଆରେ ଡଙ୍ଗରେ ପାଳିଛନ୍ତି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଅନ୍ତର୍ଗତ ବେହେରା ସାହି ଗ୍ରାମର ଶିଳ୍ପୀ ଅଜୟ ଘୋଷ। ସେ ଶ୍ରୀଯୁକ୍ତ ଦାସଙ୍କ ପ୍ରତିଛବି ଏକ ଗଛରେ ନିଖୁଣ ଭାବରେ ଖୋଦେଇ କରିଛନ୍ତି।

manoj dasମନୋଜ ଦାସ ଜଣେ ଭାରତୀୟ ପୁରସ୍କାର ପ୍ରାପ୍ତ ଲେଖକ। ସେ ଭାରତର ଜଣେ ପ୍ରମୁଖ କ୍ଷୁଦ୍ରଗଳ୍ପ ଲେଖକ। ସେ ଉଭୟ ଓଡିଆ ଏବଂ ଇଂରାଜୀରେ ଲେଖନ୍ତି। ଖାଲି ସେତିକି ନୁହେଁ ସେ ପଣ୍ଡିଚେରୀ ଶ୍ରୀ ଅରୋବିନ୍ଦ ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରଫେସର। ମନୋଜ ଦାସ ଓଡ଼ିଶାର ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଶଙ୍କାରୀ ନାମକ ଏକ ଛୋଟ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।

manoj das୧୯୬୩ ପରଠାରୁ ସେ ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମରେ ରହି ଆସୁଛନ୍ତି। ସେ ଜଣେ ଅଗ୍ରଣୀ ଦ୍ୱିଭାଷୀ ତଥା ଓଡିଆ ଏବଂ ଇଂରାଜୀ  କ୍ଷୁଦ୍ରଗଳ୍ପ ଏବଂ ଉପନ୍ୟାସରେ ନାଟକୀୟ ଅଭିବ୍ୟକ୍ତିର ଗୁରୁ ଅଟନ୍ତି। ସେ ଏକାଧାରାରେ ଜଣେ ଦାର୍ଶନିକ, ଜଣେ ଚିନ୍ତକ-ଲେଖକ। ସେ ୧୯୮୫ଦଶକରେ ଚେନ୍ନାଇରୁ ପ୍ରକାଶିତ ଏକ ସାଂସ୍କୃତିକ ପତ୍ରିକା, ହେରିଟେଜ୍ ସମ୍ପାଦନା କରିଥିଲେ।