୧୯୯୯ ଟଙ୍କାରେ ଜିଓ ଫୋନ୍ ସହ ପାଆନ୍ତୁ ଦୁଇ ବର୍ଷ ଯାଏଁ ଅନଲିମିଟେଡ୍ କଲିଙ୍ଗ ସହ ସବୁକିଛି ମାଗଣା
ରିଲାଏନ୍ସ ଜିଓର ନୂଆ ଅଫରକୁ ଗ୍ରାହକ ବହୁତ ଅପେକ୍ଷା କରିରହିଥାନ୍ତି। ନୂଆ ବର୍ଷରେ କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ଏକ ବଢ଼ିଆ ଅଫର ନେଇ ଆସିଛି। ଯାହା ଜିଓର ୨ଜି ମୁକ୍ତ ଭାରତ ଅଭିଯାନର ଏକ ଅଂଶ ଅଟେ। ‘ନ୍ୟୁ ଜିଓ ଫୋନ୍ ୨୦୨୧ ଅଫର’ ନାଁରେ କମ୍ପାନୀ ନୂଆ ଅଫର ଆଣିଛି । ଗ୍ରାହକମାନେ ୧୯୯୯ ଟଙ୍କାରେ ଜିଓ ଫୋନ୍ କ୍ରୟ କଲେ ୨ ବର୍ଷ ଅର୍ଥାତ୍ ୨୪ ମାସ ପର୍ଯ୍ୟନ୍ତ ଅସୀମିତ କଲ୍ ସହ ପ୍ରତି ମାସରେ ୨ ଜିବି ଡାଟା ପାଇବେ । ଆପଣ ୨୦୦୦ ଟଙ୍କାରେ ଦୁଇ ବର୍ଷ ପାଇଁ ମୋବାଇଲ ରିଚାର୍ଜ ଠାରୁ ନିଶ୍ଚିତ ରହିବେ।
ଅନ୍ୟ ଏକ ପ୍ଲାନ ହେଉଛି ୧୪୯୯ ଟଙ୍କାର। ଏହି ୧୪୯୯ ଟଙ୍କାରେ ଜିଓଫୋନ୍ ସହ ବର୍ଷେ ପର୍ଯ୍ୟନ୍ତ ଅସୀମିତ କଲ୍ ସହ ପ୍ରତିମାସରେ ୨ ଜିବି ଡାଟା ମିଳିବ । ଏହାବ୍ୟତୀତ ପୁରୁଣା ଗ୍ରାହକମାନଙ୍କ ପାଇଁ ମଧ୍ୟ ନୂଆ ଅଫର ଆଣିଛି କମ୍ପାନୀ । ୭୪୯ ଟଙ୍କାରେ ବର୍ଷେ ପର୍ଯ୍ୟନ୍ତ ଅସୀମିତ କଲ୍ ଏବଂ ପ୍ରତିମାସରେ ୨ ଜିବି ଡାଟା ମଧ୍ୟ ମିଳିବ ।
କମ୍ପାନୀର କହିବା ଅନୁସାରେ ଏହି ଅଫର ମାର୍ଚ୍ଚ ୧ ତାରିଖରୁ ସାରା ଦେଶରେ ଲାଗୁ ହେବ । ଦେଶରେ ଜିଓ ଫୋନ୍ ଗ୍ରାହକଙ୍କ ସଂଖ୍ୟା ୧୦ କୋଟି ରହିଥିବା କମ୍ପାନୀ ପକ୍ଷରୁ ଜଣାଯାଇଛି।