୫ ବର୍ଷ ହେବ ଜଙ୍ଗଲରେ ଘୂରି ବୁଲୁଥିଲା ଏହି ମେଣ୍ଢା, ୩୫ କିଲୋ ଉଲ୍‌ ବାହାର କରାଯିବା ପରେ ବଞ୍ଚିଗଲା ଜୀବନ

ଅଷ୍ଟ୍ରେଲିଆ ଜଙ୍ଗଲରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ମେଣ୍ଢା ଶରୀରରୁ ପାଖାପାଖି ୩୫ କିଲୋ ଉଲ୍‌ ବାହାର କରାଯାଇଛି। ଉଲ୍‌ ବାହାରିବା ପୂର୍ବରୁ ମେଣ୍ଢାଟି ଉଲ୍‌ର ଏକ ଗୋଲାକାର ପିଣ୍ଡୁଳା ବନିଯାଇଥିଲା। ରିପୋର୍ଟ ମୁତାବକ, ବରାକ ନାମକ ଏହି ମେଣ୍ଢା ଅଷ୍ଟ୍ରେଲିଆ ଜଙ୍ଗଲରେ ଏଣେତେଣେ ବୁଲୁଥିଲା। ଯେତେବେଳେ ଲୋକେ ଏହାକୁ ଦେଖିଲେ ତ ଏହା ଉଲ୍‌ର ଏକ ବିରାଟ ଗୋଲା ଭଳି ଦେଖାଯାଉଥିଲା। ମେଣ୍ଢାକୁ ଧରି ତା’ର ଲୋମ ସବୁ କଟାଯିବା ପରେ ୩୫ କିଲୋଗ୍ରାମ ଉଲ୍‌ ବାହାରିଥିଲା।

ଏହି ମେଣ୍ଢା ଭିକ୍ଟୋରିୟାନ୍‌ ଷ୍ଟେଟ୍‌ ଫରେଷ୍ଟରେ ବୁଲୁଥିବାର ଦଳେ ଲୋକ ଦେଖିବାକୁ ପାଇଥିଲେ। ମେଣ୍ଢାଟିକୁ ଉଦ୍ଧାର କରାଯାଇ ଆନିମଲ୍‌ ରେସ୍କ୍ୟୁ ସେଣ୍ଟରକୁ ଅଣାଯାଇଥିଲା। ଏଠାରେ ମେଣ୍ଢା ଶରୀରରୁ ଉଲ୍‌କୁ ଅଲଗା କରାଯାଇଥିଲା। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଦେଖାଯାଉଛି କି, ଉଲ୍‌ ହଟାଇବା ପରେ ମେଣ୍ଢା ଅଲଗା ପ୍ରକାର ଲାଗୁଛି।

କୁହାଯାଉଛି କି, ବିଗତ ୫ ବର୍ଷ ହେବ ମେଣ୍ଢା ଏହିଭଳି ଭାବେ ଜଙ୍ଗଲରେ ଘୂରି ବୁଲୁଥିଲା। ମିଶନ ଫର୍ମ ସେଞ୍ଚୁରୀର ଫାଉଣ୍ଡର ପାମ୍‌ ଅହେର୍ନ କହିଛନ୍ତି, ଏହା ଶରୀରରେ ଏତେ ଲୋମ ଜମା ହୋଇଯାଇଥିଲା ଯେ ବିଶ୍ୱାସ ହେଉ ନ ଥିଲା କି, ପୂରା ଉଲ୍‌ ତଳେ ଏକ ଜୀବନ୍ତ ମେଣ୍ଢା ରହିଥିବ। ଶରୀରରେ ଏତେ ଲୋମ ଥିବାରୁ ମେଣ୍ଢା ଠିକ୍‌ ଭାବେ ଚାଲିପାରୁ ନ ଥିଲା। ବର୍ତ୍ତମାନ ମେଣ୍ଢା ସୁରକ୍ଷିତ ଅଛି ଏବଂ ଏହାର ଦେଖାଶୁଣା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.