ବାଲିଗୁଡା ସହରର ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ୍
କନ୍ଧମାଳ: କନ୍ଧମାଳ ବାଲିଗୁଡା ସହରର ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି । ଶ୍ରୀଜଗନ୍ନାଥ ମନ୍ଦିରର ହୁଣ୍ଡି ଭାଙ୍ଗି ନେଇଥିବା ବେଳେ ମା’ ଦକ୍ଷିଣକାଳୀ ମନ୍ଦିରରେ ମା’ ପିନ୍ଧିଥିବା ଦୁଇଟି ହାରକୁ ଲୁଟ୍ କରି ନେଇଛନ୍ତି ଦୁର୍ବୃତ୍ତ ।
ଚୋରି ହୋଇଥିବା ନେଇ ବାଲିଗୁଡା ଥାନାରେ ମନ୍ଦିର କମିଟି ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ସକାଳୁ ପୂଜକ ନୀତି କରିବା ପାଇଁ ମନ୍ଦିର ମଧ୍ୟକୁ ପ୍ରବେଶ ବେଳେ ତାଲା ଭଙ୍ଗାଯାଇଥିବା ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ବିନ୍ ଚଳାଇଛି । ସିସିଟିଭି ଯାଞ୍ଚ କରି ତଦନ୍ତ କରାଯାଉଛି ।