ସୁଟିଂ କରିବା ସମୟରେ ଜୋରଦାର କଚଡା ଖାଇ ତଳେ ପଡିଲେ ପ୍ରିୟା ପ୍ରକାଶ, ଦେଖନ୍ତୁ ଭିଡିଓ

ପ୍ରିୟା ପ୍ରକାଶ ଓ୍ଵାରିୟର ଏବେ ବହୁତ ଚର୍ଚ୍ଚାରେ ଅଛନ୍ତି। ସେ ବହୁତ ଜଲଦି ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ‘କ୍ରେକ’ ସହ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିରେ ସେ ନିତିନଙ୍କ ସହ ନଜର ଆସିବେ। ଫିଲ୍ମର ତାଙ୍କର ପ୍ରଥମ ଗୀତ ମଧ୍ୟ ରିଲିଜ୍ ହୋଇସାରିଛି। ଏଥିରେ ତାଙ୍କ ଅନ୍ଦାଜ୍ ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସୁଛି।

ବର୍ତ୍ତମାନ ପ୍ରିୟା ପ୍ରକାଶ ନିଜ ଇନଷ୍ଟାଗ୍ରାମରେ ଏମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି,ଯାହା ଏବେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ସୁଟିଂ ଚାଲୁଛି ଆଉ ସେ ଦୌଡି ଦୌଡି ଆସୁଛନ୍ତି ଏବଂ ନିତିନଙ୍କ ପିଠି ଉପରେ ଚଢ଼ିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ନିତିନ ଠିକ ଭାବରେ ତାଙ୍କୁ ଧରିପାରିଲେନି ଯାହାଦ୍ୱାରା ସେ ଦୁମ କରି ତଳେ ପଡିଗଲେ।

ଏହି ଭିଡିଓକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ୟେ ଜିନ୍ଦେଗୀ କିସ୍ ତରହା ସେ ମୁଝେ ଧରାଶାୟୀ କରତୀ ହେ, ଉସକି ଏକ ଝଲକ ହେ, ଔର ମେ ହର ବାର ଖଡି ହୋତି ହୁଁ, ପୂରେ ଭରୋସେ କେ ସାଥ୍ ଆଗେ ବଢ଼ତୀ ହୁଁ। ଏହିଭଳି ନିଜ ଜୀବନକୁ ନେଇ ପ୍ରିୟା ପ୍ରକାଶ ଭିଡିଓକୁ ସେୟାର କରିଛନ୍ତି।

ତେବେ ଦେଖିବାକୁ ମିଳିଛି ଯେ ଯେତେବେଳେ ପ୍ରିୟା ପ୍ରକାଶ ହଠାତ୍ ତଳେ ପଡିଯାଉଛନ୍ତି, ସେତେବେଳେ ସେଟରେ ଏକଦମ୍ ହଙ୍ଗାମା ହୋଇଯାଉଛି। ଜଣାପଡିଛି ଯେ ପ୍ରିୟା ପ୍ରକାଶଙ୍କୁ ଏଥିରେ ବେଶି କିଛି ଆଘାତ ଲାଗିନାହିଁ।