ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀଙ୍କ ଘୋଷଣା : କ୍ରୀଡ଼ାବିତଙ୍କ ପ୍ରଶିକ୍ଷଣ ପାଇଁ ଖୋଲାରହିବ କଳିଙ୍ଗ ଷ୍ଟାଡିୟମ୍‌

ଭୁବନେଶ୍ୱର(କେନ୍ୟୁଜ୍‌) : କରୋନା ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟରେ କେନ୍ଦ୍ର ସରକାର ଲକ୍‌ଡାଉନ୍‌ରେ କିଛି କୋହଳ ଆଣିଛନ୍ତି । ଏହି ପରିପ୍ରେକ୍ଷୀରେ କ୍ରୀଡ଼ାବିତ୍‌ମାନଙ୍କ ପ୍ରଶିକ୍ଷଣ ଆରମ୍ଭ କରିବା ପାଇଁ କଳିଙ୍ଗ ଷ୍ଟାଡିୟମ ଖୋଲା ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ତେଣୁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼୍‍ଲାଇନ୍‌ ଅନୁଯାୟୀ କ୍ରୀଡ଼ାବିତଙ୍କ ପ୍ରଶିକ୍ଷଣ ପାଇଁ କଳିଙ୍ଗ ଷ୍ଟାଡିୟମ ଖୋଲା ରହିବ ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତୀ ବେହେରା କହିଛନ୍ତି ।

ତେବେ କ୍ରୀଡ଼ାବିତ୍‌ମାନେ ପ୍ରଶିକ୍ଷଣ ବେଳେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ମୁହଁରେ ମାସ୍କ ପିନ୍ଧିବା, ହାତ ସଫା କରିବା ଓ ବ୍ୟକ୍ତିଗତ ସ୍ୱଚ୍ଛତା ପ୍ରତି ଦୃଷ୍ଟି ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଯଦି ପ୍ରଶିକ୍ଷଣ ବେଳେ କୈାଣସି କ୍ରୀଡ଼ାବିତଙ୍କ କରୋନା ଲକ୍ଷଣ ଦେଖାଯାଏ ସେମାନଙ୍କୁ ପ୍ରଶିକ୍ଷଣ ଓ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ।

ଏହାଛଡ଼ା ଆଗାମୀରେ କ୍ରୀଡ଼ାର ଅଧିକ ବିକାଶ ପାଇଁ ଆମେ ପଦକ୍ଷେପ ନେବାକୁ ଯାଉଛି ଓ ଏ ସମ୍ପର୍କିତ ଆବଶ୍ୟକୀୟ ଅଧିକ ପଦକ୍ଷେପ ନିଆଗଲେ ଜଣାଇ ଦିଆଯିବ ବୋଲି କ୍ରୀଡ଼ା ମନ୍ତ୍ରୀ ଏକ ବାର୍ତ୍ତା ଜରିଆରେ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.