ବାରିପଦା : ପିଲା ବଦଳ ଘଟଣାରେ ତାତିଲେ ଶହ ଶହ ମହିଳା, ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରେ ଧସେଇ ପଶି ଭଙ୍ଗାରୁଜା କଲେ

ବାରିପଦା (କେ ନ୍ୟୁଜ୍‌) : ଆମ ପୁଅ ଆମକୁ ଫେରାଇ ଦିଅ । ଏଇ ଦାବିରେ ଆଜି ପ୍ରାୟ ଶହେ ଜଣ ମହିଳା ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରେ ଲଙ୍କାକାଣ୍ଡ ଘଟାଇଛନ୍ତି । ସେମାନେ କାର‌୍ୟ୍ୟାଳୟରେ ପଶି ଭଙ୍ଗାରୁଜା କରିଛନ୍ତି । ଫଳରେ ପୋଲିସ୍ ସେମାନଙ୍କୁ ଗିରଫ କରିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ସେଠାରେ ବ୍ୟାପକ ପୋଲିସ୍ ମୁତୟନ ହୋଇଛନ୍ତି ।
ତେବେ ଏହି ଗଣ୍ଡଗୋଳ ପଛର ଘଟଣା ଆସନ୍ତୁ ଜାଣିବା । ଗତ ୬ ତାରିଖ ଦିନ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁୁ ମେଡିକାଲ କଲେଜ ହସପିଟାଲରେ ଶିଶୁ ବଦଳ ଘଟଣା ଘଟିଥିଲା । ଦୁଇ ଜଣ ମହିଳାଙ୍କ ନାମ ସମାନ ଥିବା ଯୋଗୁଁ ଜଣକୁ ଅନ୍ୟ ଜଣକର ଶିଶୁ ପୁତ୍ରଟିକୁ ଦେଇ ଦେଇଥିଲେ ।

MBJ-1

ପରେ ଅନ୍ୟ ଶିଶୁପୁତ୍ରଟି ମୃତ୍ୟୁ ବରଣ କରିବାରୁ ଘଟଣା ଜଣାପଡ଼ିଥିଲା । ଏହା ପରେ ମେଡିକାଲ କର୍ତ୍ତୃପକ୍ଷ ରିପୋର୍ଟ ଦେବା ବାହାନାରେ ଅନ୍ୟ ମହିଳାଙ୍କୁ ଡକାଇ ତାଙ୍କ ଠାରୁ ଶିଶୁପୁତ୍ରଟିକୁ ନେଇଯାଇଥିଲେ ଏବଂ ତାଙ୍କ ପିଲା ମରିଗଲା ବୋଲି କହିଲେ । ଏହାପରେ ହସପିଟାଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ମହିଳା ଓ ତାଙ୍କ ସ୍ୱାମୀ ଏବଂ ପରିବାର ଲୋକେ ହଙ୍ଗାମା କରି ନିଜ ପିଲାକୁ ଫେରାଇ ଦେବାକୁ ଦାବି କରିଥିଲେ ।
ତେବେ ବୁଝାସୁଝା ପରେ ନିଷ୍ପତ୍ତି ହୋଇଥିଲା ଯେ ଡିଏନ୍‌ଏ ଟେଷ୍ଟ କରି ପିଲାଟି କାହାର ସେକଥା ନିର୍ଣ୍ଣୟ କରାଯିବ । ଘଟଣାକୁ ପ୍ରାୟ ସପ୍ତାହେ ବିତିଯିବା ପରେ ମଧ୍ୟ ଡିଏନ୍‌ଏ ଟେଷ୍ଟ କରାଯାଇ ନଥିବାରୁ ପିଲାକୁ ଫେରାଇଦେବା ଦାବିରେ ଆଜି ପ୍ରାୟ ଶହେ ଜଣ ମହିଳା ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରେ ଧସେଇ ପଶି ସହକାରୀ ଜିଲ୍ଲାପାଳଙ୍କୁ ଠେଲାପେଲା କରିବା ସହ ଭଙ୍ଗାରୁଜା କରିଥିଲେ ।

MBJ-2ଗତ ୨୬ ତାରିଖ ଦିନ ଶାମାଖୁଣ୍ଟା ବ୍ଲକ ଜାମବଣୀ କାର୍ତ୍ତିକ ସିଂଙ୍କ ସ୍ତ୍ରୀ ରାଇବଣୀ ସିଂ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ମେ ୫ ତାରିଖ ଦିନ ସୁସ୍ଥ ଅବସ୍ଥାରେ ଶିଶୁକୁ ଘରକୁ ନେଇଥିଲେ । ମାତ୍ର ୧୧ ତାରିଖ ଦିନ ମେଡିକାଲ ଏସ୍ଏନ୍ସିୟୁ ତରଫରୁ ଫୋନ କରି ମାତା ପିତାଙ୍କୁ ଛୁଆର ରିପୋର୍ଟ ନେବାକୁ ଶିଶୁ ସହ ଆସିବାକୁ କହିଥିଲେ । ଏହି ଦମ୍ପତି ଶିଶୁପୁତ୍ର ସହ ମେଡିକାଲ ପହଁଚିବା ପରେ ଏସ୍ଏନ୍ସୟୁରେ ନର୍ସମାନେ ଶିଶୁପୁତ୍ରକୁ ଭିତରକୁ ନେଇ ଆଉ ଫେରାଇ ନଥିଲେ ।
ତେବେ ଏ ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷ ଏବଂ ପୋଲିସ୍ ପ୍ରଶାସନ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.