ଗ୍ୟାସ ସିଲିଣ୍ଡର ଉପରେ ବସି ବାଇକ ଚଲାଉଥିବାର ନଜର ଆସିଲେ ଏହି ବୃଦ୍ଧ ବ୍ୟକ୍ତି, କମେଡିଆନ ସୁନିଲ ଗ୍ରୋଭର Video ସେୟାର କରି ଲେଖିଲେ, ‘Don’

କମେଡିଆନ ସୁନିଲ ଗ୍ରୋଭର ସୋସିଆଲ ମିଡିଆରେ ଏମିତି ହିଁ କିଛି ଭିଡ଼ିଓ ସେୟାର କରିଥାନ୍ତି, ଯଦ୍ଦ୍ୱାରା ଫ୍ୟାନମାନଙ୍କର ମନୋରଞ୍ଜନ ହୋଇଥାଏ। ଏବେ ସେ ପୁଣି ଏକ ଭିଡ଼ିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରିଛନ୍ତି, ଯାହାକି ଖୁବ ଚର୍ଚ୍ଚା ସାଉଁଟୁଛି।

ଭିଡ଼ିଓରେ ଜଣେ ବୃଦ୍ଧ ବ୍ୟକ୍ତି ନିଆରା ଢଙ୍ଗରେ ବାଇକ ଚଲାଉଥିବାର ଦେଖିବାକୁ ମିଳୁଛି। ବୃଦ୍ଧ ଜଣକ ବାଇକ ଉପରେ ସିଲିଣ୍ଡର ରଖି ତା’ ଉପରେ ବସିଛନ୍ତି ଏବଂ ଦୁଇ ଗୋଡ଼କୁ ହ୍ୟାଣ୍ଡେଲ ଉପରେ ରଖି ବାଇକ ଚଲାଉଛନ୍ତି। ଭିଡ଼ିଓକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରାଯାଉଛି।

ବୃଦ୍ଧଙ୍କର ଏଭଳି ଷ୍ଟଣ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ସୁନିଲ ଗ୍ରୋଭର ଭିଡ଼ିଓ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ଡନ’। ତେବେ ବୃଦ୍ଧଙ୍କର ଏହି ଭୟଙ୍କର ଷ୍ଟଣ୍ଟକୁ ନେଇ ସୋସିଆଲ ମିଡ଼ିଆ ୟୁଜର ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

 

View this post on Instagram

 

Don

A post shared by Sunil Grover (@whosunilgrover) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.