Below header

ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳା, ଚାଲିଗଲା ଗର୍ଭବତୀ ଆଶା ଦିଦିଙ୍କ ଜୀବନ

ଧର୍ମଗଡ଼(କେନ୍ଯୁଜ୍): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଚିକିତ୍ସାରେ ଅବହେଳା ଅଭିଯୋଗ । ଫଳରେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି । ମୃତକ ଜଣକ ହେଲେ କୋକସରା ଥାନା ତେଣ୍ଡାପାଳି ଗ୍ରାମର ସୁମିତ୍ରା ରାଉତ। ସେ ଜଣେ ଆଶା ଦିଦି ।

ସୁମିତ୍ରାଙ୍କୁ ଶୁକ୍ରବାର ସନ୍ଧ୍ୟା ୫ଟା ସମୟରେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଗର୍ଭ ଯନ୍ତ୍ରଣା ହୋଇଥିଲେ ସୁଦ୍ଧା ଡାକ୍ତର ଦେଖିନଥିଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ଆଜି ପରିବାର ପକ୍ଷରୁ ଧର୍ମଗଡ଼ ରାୟପୁର ଜାତୀୟ ରାଜପଥ ଅବରୋଧ କରାଯାଇଛି।

ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାତିରେ ଡାକ୍ତର, ଚିକିତ୍ସା ହୋଇପାରିବ ନାହିଁ କହି ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ପରେ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ ଜିଲ୍ଲା ଚିକିତ୍ସାଳୟରେ ତାଙ୍କର ମୃତ୍ୟୁବରଣ ହୋଇଥିଲା । ଏହି ଘଟଣାକୁ ନେଇ ଧର୍ମଗଡ ଡାକ୍ତର ଖାନା ନିକଟରେ ଶବ ରଖି ଜାତୀୟ ରାଜପଥ ୧୩୦ କୁ ଅବରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.