କଟକ ଏସସିବିରୁ ଗ୍ରୀନ କରିଡରରେ ସୁରଟ ଗଲେ ଜଣେ ରୋଗୀ

କଟକ(କେନ୍ଯୁଜ୍): କଟକ ଏସସିବିରୁ ଗ୍ରୀନ କରିଡରରେ ଜଣେ ରୋଗୀ ସୁରଟ ଗଲେ । ଏସସିବିରୁ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ କରାଯାଇଛି ଗ୍ରୀନ କରିଡର । ଏସସିବିରୁ ଗୁଜରାଟ ଗଲେ ଇନ୍ଦ୍ରମଣି ପାଣି । ଇନ୍ଦ୍ରମଣି ହେଉଛନ୍ତି ସୁରଟ ମହାନଗର ନିଗମ କମିଶନର ବାଞ୍ଛାନିଧି ପାଣିଙ୍କ ବାପା ।

ପୋଲିସ ଗ୍ରୀନ କରିଡର କରି ଇନ୍ଦ୍ରମଣିଙ୍କୁ ଏୟାରପୋର୍ଟ ନିଆଯାଉଛି । ଦୀର୍ଘ ଦିନ ଧରି ଏସସିବି ମେଡିସିନ ଓ୍ଵାର୍ଡରେ ଚିକିତ୍ସା ହେଉଥିଲା ।