ପ୍ଲେନ କ୍ରାସରେ ସମସ୍ତେ ମୃତ ! ବିବାହ ବିଚ୍ଛେଦ ପରେ ପୂର୍ବ ପତ୍ନୀଙ୍କୁ ନେଇ ବିମାନରେ ବସିଥିଲେ ଅଶୋକ ତ୍ରିପାଠୀଙ୍କ ପରିବାର

ଭୁବନେଶ୍ୱର (କେନ୍ୟୁଜ): ନେପାଳ ପ୍ଲେନ୍‌ କ୍ରାସ ଘଟଣାରେ ଏପର୍ଯ୍ୟନ୍ତ ୨୧ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେବି ଜଣଙ୍କ ପତ୍ତା ମିଳିନି । ପ୍ଲେନରେ ୩ ଜଣ କ୍ର୍ୟୁ ମେମ୍ବରଙ୍କ ସହ ୨୨ ଜଣ ଥିଲେ । ସେମାନଙ୍କ ମଧ୍ୟରେ ଥିଲେ ୪ ଓଡ଼ିଆ । ଅଶୋକ ତ୍ରିପାଠୀ, ତାଙ୍କ ପତ୍ନୀ ବୈଭବୀ ବନ୍ଦେକର ଏବଂ ଦୁଇ ପିଲା ଧନୁଷ ତ୍ରିପାଠୀ ଓ ରିତିକା ତ୍ରିପାଠୀ । ମୁମ୍ବାଇ ଥାନେର ବୈଭବୀ ବନ୍ଦେକର ଓ ଭୁବନେଶ୍ୱରର ଅଶୋକ ତ୍ରିପାଠୀଙ୍କ ମଧ୍ୟରେ ପୂର୍ବରୁ ଛାଡ଼ପତ୍ର ହୋଇଥିଲା ।

ହେଲେ ପ୍ରତି ବର୍ଷ ପିଲାମାନଙ୍କୁ ସହ ଫ୍ୟାମିଲି ହଲିଡେରେ ୧୦ ଦିନ ଯିବା ପାଇଁ ସେମାନଙ୍କୁ ଫ୍ୟାମିଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ନିକଟରେ ସେମାନେ ଫ୍ୟାମିଲି ହଲିଡେରେ ନେପାଳ ଯାଇଥିବା ବେଳେ ବିମାନ ଦୁର୍ଘଟଣା ଘଟିଛି । ଆଜି ସକାଳେ ମୁସ୍ତାଙ୍ଗର ସାନୋସ୍ୱେୟାର ନିକଟସ୍ଥ ପାହାଡ଼ ଉପରେ ମିଳିଥିଲା ନିଖୋଜ ବିମାନର ଧ୍ୱଂସାବଶେଷ । ଗତକାଲି ସକାଳୁ ନେପାଳ ତାରା ଏୟାରର ଟ୍ଵିନ ଇଞ୍ଜିନ ବିମାନ 9N-AET ଉଡ଼ାଣର କିଛି ସମୟ ପରେ ନିଖୋଜ ହୋଇଯାଇଥିଲା ।

ଗତ ୨୬ ତାରିଖ ଦିନ ଅଶୋକ ତାଙ୍କ ପରିବାରକୁ ଭେଟିବାକୁ ମୁମ୍ବାଇ ଯାଇଥିଲେ । କରୋନା ପାଇଁ ଦୀର୍ଘ ୨ ବର୍ଷ ହେବ ସେ ନିଜ ପରିବାରକୁ ଦେଖା କରିବାକୁ ଯାଇ ପାରିନଥିଲେ । କୋଭିଡରେ ଅଶୋକଙ୍କ ଶ୍ୱଶୁରଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଅଶୋକଙ୍କ କେୟାର ଟେକର । ତାହା ସହ କିଛି ମାସ ତଳେ ଅଶୋକଙ୍କ ବଡ଼ ଭାଇଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ତେବେ ପରିବାର ସହ ଅଶୋକଙ୍କର ଭଲ ସଂପର୍କ ଥିଲା । ହେଲେ ଅଶୋକ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଡିଭୋର୍ସ ହୋଇଥିବା କଥା ସେ ଜାଣି ନଥିବା କହିଛନ୍ତି କେୟାର ଟେକର । ତାଙ୍କୁ ଗତକାଲି ରାତିରେ ଅଶୋକଙ୍କ ଭାଇ ଯୋଗାଯୋଗ କରିଥିଲେ । ତାସହ ଅଶୋକ ବାହାରକୁ ଯିବା ପୂର୍ବରୁ କେୟାର ଟେକର ଓ ସିକୁରିଟି ଗାର୍ଡଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରି ଦେଇ ଯାଇଥିଲେ । ଅଶୋକଙ୍କ ପରିବାର କେବେ ଭୁବନେଶ୍ୱର ଜୟଦେବ ବିହାର ଘରକୁ ଆସୁ ନଥିବା କହିଛନ୍ତି କେୟାର ଟେକର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.