ଆଇପିଏଲ୍‌ ବେଟିଂ ର‍୍ୟାକେଟ୍‌କୁ ଧରିଲା ଆସିକା ପୋଲିସ୍‌, ୭ ଲକ୍ଷରୁ ଅଧିକ ଟଙ୍କା ଜବତ

ଭଞ୍ଜନଗର (କେନ୍ୟୁଜ୍‌) : ଗତକାଲି ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଚଳିତ ସିଜିନ୍‌ର ଆଇପିଏଲ୍‌ ଫାଇନାଲ ମ୍ୟାଚ୍‌ ଖେଳ ଚାଲିଥିଲା । ଆଉ ଏପଟେ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରେ ଚାଲିଥିଲା ଖେଳକୁ ନେଇ ଜୁଆ ଖେଳ । ଅର୍ଥାତ୍‌ ଖେଳକୁ ମ୍ୟାଚ୍‌ରେ କିଏ ଜିତିବ ତାକୁ ନେଇ ବାଜି ଲାଗୁଥିଲା । ହେଲେ ସବୁ ଫସର ଫାଟିଗଲା । କାରଣ ପୋଲିସ୍‌ ଅଚାନକ ଚଢ଼ାଉ କଲା ।

ଆଇପିଏଲ୍‌ ବେଟିଂ ର‍୍ୟାକେଟ୍‌ ଉପରେ ଗଂଜାମ ଜିଲ୍ଲା ଆସିକା ଥାନା ପୋଲିସ୍‌ର ଚଢ଼ାଉ । ଏଥିରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୭ ଲକ୍ଷ ୬୦ ହଜାର ଟଙ୍କା ଜବତ କରିଛି । ଏହା ସହ ସେମାନଙ୍କ ଠାରୁ ୬ଟି ମୋବାଇଲ ମଧ୍ୟ ଜବତ ହୋଇଛି । ଏହି ଘଟଣାରେ ଫେରାର ଥିବା ଆଉ ୬ ଜଣଙ୍କୁ ପୋଲିସ ଖୋଜୁଛି । ଆସିକା ଅଞ୍ଚଳରେ ଏମାନେ ଅନଲାଇନ ମାଧ୍ୟମରେ ଆଇପିଏଲ୍‌ ବେଟିଂ କରୁଥିବା ନେଇ ଖବର ପାଇଥିଲେ । ଏହାପରେ ଏହି ରାକେଟ ଉପରେ ଚଢାଉ କରିଥିଲା ଆସିକା ଥାନା ପୋଲିସ । ଘଟଣାକୁ ନେଇ ଅଧିକ ତଦନ୍ତ ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.