ଓଡିଶାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସାମ୍ବାଦିକ ସମ୍ମିଳନୀ: କହିଲେ ଓଡିଶାର ଦାବିଠାରୁ ଅଧିକ ଅର୍ଥ ମିଳିଛି

କେନ୍ୟୁଜ୍(ବ୍ୟୁରୋ):  ୨୦୨୨-୨୩ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ବଜେଟକୁ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସାମ୍ବାଦିକ ସମ୍ମିଳନୀ। ସମ୍ମିଳନୀ ଆରମ୍ଭ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ସ୍ୱର ସାମ୍ରାଜ୍ଞି ଲତା ମଙ୍ଗେଶରଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଲତା ଜି ଯାହା ଆମକୁ ଦେଇ ଯାଇଛନ୍ତି ତାକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ । ତାକୁ କେବଳ ହ୍ରୁଦୟରେ ଅନୁଭବ କରି ହେବ। ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଆମେ ଜଗନ୍ନାଥଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିବା ।

ଓଡିଶା ପାଇଁ ପ୍ରଧାନମନ୍ତ୍ରୀଙ୍କ ହ୍ରୁଦୟ ରେ ବିଶେଷ ସ୍ଥାନ ରହିଛି । ଆଗରୁ ଓଡିଶାକୁ ଯେପରି ଅର୍ଥ ଦରକାର ଥିଲା ତାହା ମିଳି ପାରୁନଥିଲା ମାତ୍ର ଆଜି ଯାହା ଦାବି କରାଯାଉଛି ତାହାଠୁ ଅଧିକ ମିଳୁଛି । ଉଦାହରଣ ସ୍ୱରୂପ ରେଳ ବିଭାଗକୁ ୨୦୧୪ ରୁ ୨୦୧୯ ଅନୁଦାନ ବଢି ଚାଲିଛି । ଆଉ ଚଳିତ ବର୍ଷ ଏହି ଅର୍ଥ ରାଶି ୯୭୩୪ କୋଟି ଟଙ୍କାର ରେକର୍ଡ ସଂଖ୍ୟକ ଅନୁଦାନ ଦିଆଯାଇଛି । ଆମ ସମସ୍ତଙ୍କୁ ମିଳିତ ଉଦ୍ୟମ କରିବାକୁ ହେବ ଏହି ଅର୍ଥକୁ ଖର୍ଚ୍ଚ କରିବାକୁ ହେବ । ଜମି ଅଧିଗ୍ରହଣ ଓ ଫରେଷ୍ଟ କ୍ଲିଆରାନ୍ସ ହୋଇପାରିଲେ ଏବଂ ଏହି ଟଙ୍କାକୁ ଆମେ ଖର୍ଚ୍ଚ କଲେ ଆମକୁ ଅଧିକ ଅର୍ଥ ମିଳିବ । ଟେଲିକମ ସେକ୍ଟରରେ ୩୯୩୩ ନୂଆ ସାଇଟ କୁ ଆମେ ବାଛିଛୁ । ଏହା ବାଦ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯଦି ଏହା ବାଦ ଯଦି କୌଣସି ଗାଁ ବଞ୍ଚିଯିବ ତାକୁ ନୋଟ କରି ନେବା ପାଇଁ । ତା ପାଇଁ ମଧ୍ୟ କାର୍ଯ୍ୟ କରାଯାଉଛି ।

ବିଏସଏନଏଲ୍ ଭଳି ସଂସ୍ଥା କୁ ୟୁପିଏ ସରକାର ଏକ ଦେବାଳିଆ ସଂସ୍ଥାରେ ପରିଣତ କରିଦେଇଛି । ପ୍ରଧାନମନ୍ତ୍ରୀ ୨୦୧୪ ପରେ ଏଥିରେ କିଛି ସଂସ୍କାର ଆଣିବା ପରେ ଗତବର୍ଷ ଏଥିରେ କିଛି ଲାଭ ମିଳିଛି । ଭାରତରେ 4Gର ଡିଜାଇନ ହୋଇସାରିଛି । ଏବେ 5Gର ଡିଜାଇନ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ ଚାଲିଛି । ଏହି ବର୍ଷ ୪୫ ହଜାର କୋଟି ଟଙ୍କା ଦିଆଯାଇଛି । ସେଥିରେ  4G ଭଳି ବ୍ୟବସ୍ଥା କରଯାଉଛି ।

ଚାଷୀ, ଗରିବକୁ ଘର,ଜଳ ଯୋଗାଣ, ରୋଜଗାର, ପ୍ରତି କ୍ଷେତ୍ରରେ ଏହି ବଜେଟରେ ରେକର୍ଡ ଅନୁଦାନ ଦିଆଯାଇଛି ।ଚାଷୀଙ୍କ ଟଙ୍କା ଚାଷୀଙ୍କ ଖାତା କୁ ଯିବା ପାଇଁ ଏଥର ବଜେଟରେ ବ୍ୟବସ୍ଥା କରାଯାଇଛି । ୧୨ ଟି ଷ୍ଟେସନ ଡିଜାଇନ ଓ ଅପଗ୍ରେଡ଼ ଚାଲିଛି । ସବୁ ଭାଗ କୁ ଗୁରୁତ୍ୱ ଦିଆଯାଉଛି । ନୂଆ ରେଳ ଲାଇନ ପାଇଁ ବ୍ୟବସ୍ଥା କରାଯାଇଛି । ମୟୁରଭଞ୍ଜ ଅଞ୍ଚଳରେ ତିନିଟି ନୂଆ ରେଳ ଲାଇନ ପାଇଁ ବି କାର୍ଯ୍ୟ କରାଯାଉଛି। ଓଡିଶା ମାଟିର ଋଣ ଶୁଝାଇବା ଏବଂ ପ୍ରଧାନମନ୍ତ୍ରୀଙ୍କର ଯାହା, ଭିଜନ ଅଛି ତାକୁ ଆଗେଇବା ନେବା କାର୍ଯ୍ୟରେ ଆମେ ଲାଗିଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.