Below header

ଆଜି ୧୦୦୦ ତମ ଦିନିକିଆ ଖେଳିବ ଟିମ ଇଣ୍ଡିଆ, ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ । ରବିବାର ଭାରତ ଖେଳିବ ୧୦୦୦ତମ ଦିନିକିଆ । ୧୦୦୦ତମ ଦିନିକିଆ ଅନ୍ତର୍ଜାତୀୟ ଖେଳିବାରେ ଭାରତ ହେବ ପ୍ରଥମ ଦେଶ । ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ। ଉଭୟ ଦଳ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ ଭାରତର ୧୦୦୦ତମ ଦିନିକିଆ ଆନ୍ତର୍ଜାତିକର ମାନ୍ୟତା ବହନ କରିବ।

ଅହମଦାବାଦ ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବ ଭାରତ ଓ େଓ୍ଵଷ୍ଟ ଇଣ୍ଡିଜ୍‌ ୩ଟି ଦିନିକିଆ ସିରିଜର ପ୍ରଥମ ମ୍ୟାଚ । ଏହି ସ୍ମରଣୀୟ ମ୍ୟାଚର ନେତୃତ୍ୱ ନେବେ ରୋହିତ ଶର୍ମା । ୧୦୦୦ତମ ଦିନିକିଆ ଆର୍ନ୍ତଜାତିକରେ ନେତୃତ୍ୱ ନେଉଥିବା ରୋହିତ ଶର୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।

odi

ଦେଶ ପାଇଁ ଏହା ଏକ ବଡ଼ ମାଇଲଷ୍ଟୋନ ବୋଲି କହିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ୯୯୯ଟି ଆନ୍ତର୍ଜାତିକ ଦିନିକିଆ ଖେଳି ଭାରତ ୫୧୮ଟି ବିଜୟ ନିଜ ନାଁରେ କରିଛି । ସେହିଭଳି ୪୩୧ଟି ମ୍ୟାଚରେ ପରାଜିତ ହୋଇଥିବାବେଳେ ୪୧ଟି ମ୍ୟାଚ୍‌ ଅମୀମାଂଶିତ ରହିଛି । ୧୯୭୪ରେ ଭାରତ ତାର ପ୍ରଥମ ଦିନିକିଆ ଖେଳିଥିଲା । ୨୦୦୦ ମସିହାରେ ଖେଳିଥିଲା ୫୦୦ତମ ଦିନିକିଆ ଇଣ୍ଟରନ୍ୟାସନାଲ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିନା ଦର୍ଶକରେ ମୁକାବିଲା ହେବ ।

ଏହି ମାଇଲଖୁଣ୍ଟ ମ୍ୟାଚ୍ ଅହମଦାବାଦସ୍ଥିତ ବିଶ୍ୱର ବୃହତ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ରୋହିତ ଶର୍ମା ହିଁ ଏହି ମାଇଲଖୁଣ୍ଟ ୧୦୦୦ତମ ଦିନିକିଆ ମ୍ୟାଚର ନେତୃତ୍ୱ ନେବେ। ରୋହିତଙ୍କ ନେତୃତ୍ବରେ ଭାରତ ୧୦୦୦ତମ ଦିନିକିଆ ଖେଳିବାକୁ ଯାଉଥିଲା ବେଳେ କୋଭିଡ୍ ସଂକଟ ଯୋଗୁଁ ସେହି ମ୍ୟାଚରେ କୌଣସି ଦର୍ଶକଙ୍କୁ ଷ୍ଟାଡିୟମ୍ ପ୍ରବେଶ ଅନୁମତି ମିଳିବନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.