ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁରରରେ ଲାଲ୍‌ ତାଣ୍ଡବ: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ASI ସହିଦ୍‌

ମାଲକାନଗିରି(କେନ୍ଯୁଜ୍): ଛତିଶଗଡ଼ ନାରାୟଣପୁରରରେ ଲାଲ୍‌ ତାଣ୍ଡବ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ। ଏଥିରେ ITBP 53 ବାଟାଲିୟନର ASI ରାଜେନ୍ଦ୍ର ସିଂ ସହିଦ୍‌ ହୋଇଛନ୍ତି। ଜଣେ ହେଡ୍‌ କନଷ୍ଟେବଳ ମଧ୍ୟ ଗୁରୁତର ହୋଇଛନ୍ତି।

ସୋନପୁର ଅଞ୍ଚଳରେ ରାସ୍ତା କାମ ନିର୍ମାଣ ପାଇଁ ସୁରକ୍ଷାରେ ବାହାରିଥିଲେ ଏହି ଯବାନମାନେ। ଗୁରୁତର ଜବାନଙ୍କୁ ନାରାୟଣପୁର ହସ୍‌ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ରାୟପୁରକୁ ସ୍ଥାନାନ୍ତର କରାଯାଇଥିବା ନାରାୟଣପୁର SP ସଦାନନ୍ଦ କୁମାର ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.