Below header

ବାଇକ୍‌ ଉପରେ ଚଢିଗଲା ଟ୍ରକ୍, ରାସ୍ତା ଉପରେ ହିଁ ଆଖି ବୁଜିଦେଲେ ବାପା ଓ ଝିଅ

ଅନୁଗୁଳ(କେନ୍ଯୁଜ୍): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌ ଉପରେ ଚଢିଗଲା ଟ୍ରକ । ଆଖି ବୁଜିଦେଲେ ବାପା-ଝିଅ । ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ କଲଣ୍ଡା ଗାଁ ନିକଟରେ ବାଇକ ଉପରେ ଚଢିଗଲା ଟ୍ରକ । ଘଟଣାସ୍ଥଳରେ ବାପ-ଝିଅଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଖମାର ଗ୍ରାମର ସୁନୀଲ କୁମାର ସାହୁ ଏବଂ ଝିଅ ସଂଗୀତା ସାହୁ ।

ସୁନିଲ କଣିହାଁ ବ୍ଲକରେ ସହକାରୀ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ଥିଲେ । ଝିଅ ସଂଗୀତା ସମ୍ବନ୍ଵିତ ଶିଶୁ କଲ୍ୟାଣ ବିଭାଗ ଅଧୀନରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ । ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଉତ୍ତେଜନା ଲାଗିରହିଥିବାରୁ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.