ପୋଷ୍ଟ ଅଫିସର ଏହି ସ୍କିମରେ ରଖନ୍ତୁ ଟଙ୍କା , ୧୦ ବର୍ଷରେ ହୋଇଯିବ ଦ୍ୱିଗୁଣା

ବିନିଯୋଗ ହେଉଛି ଏକମାତ୍ର ଉପାୟ ଯାହା ମାଧ୍ୟମରେ ଆପଣ ନିଜ ଏବଂ ଆପଣଙ୍କ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିପାରିବେ। ଏଥିପାଇଁ ଏକାଧିକ ସ୍କିମ୍ ରହିଛି ।ଅନେକ ସେମାନଙ୍କ ଜମାରାଶିକୁ ବ୍ୟାଙ୍କରେ ରଖିଥାନ୍ତି କିମ୍ବା କୌଣସି ସ୍କିମରେ ନିବେଶ କରିଥାନ୍ତି । ଯଦି ଆପଣ ରିସ୍କ ନେବାକୁ ସକ୍ଷମ ତେବେ ଆପଣ ସେୟାର ବଜାର କିମ୍ବା ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ନିବେଶ ପାରିପାରିବେ । ହେଲେ ଏମିତି ବି କିଛି ସ୍କିମ୍ ଅଛି ଯେଉଁଥିରେ ବିନା ରିସ୍କରେ ନିବେଶ କରିପାରିବେ । ତେବେ ସୁରକ୍ଷିତ ନିବେଶ ଏବଂ ଭଲ ରିଟର୍ଣ୍ଣ ପାଇବା ପାଇଁ ପୋଷ୍ଟ ଅଫିସର ଏହି ଯୋଜନା (ପୋଷ୍ଟ ଅଫିସ୍ ସେଭିଂ ସ୍କିମ୍) କିସାନ ବିକାଶ ପତ୍ର ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ ।

ପୋଷ୍ଟ ଅଫିସ ଯୋଜନାଗୁଡ଼ିକ ହେଉଛି ଦୀର୍ଘକାଳୀନ ବିନିଯୋଗ। ଏହି ଯୋଜନାଗୁଡିକ ସେହିମାନଙ୍କ ପାଇଁ ଯେଉଁମାନେ ପାରମ୍ପାରିକ ନିବେଶକୁ ପସନ୍ଦ କରନ୍ତି ଏବଂ ସେମାନଙ୍କର ଦୀର୍ଘମିଆଦି ଦୃଷ୍ଟିକୋଣ ଥାଏ । ଡାକଘର ଯୋଜନାରେ ସରକାରୀ ଗ୍ୟାରେଣ୍ଟି ଉପଲବ୍ଧ ଅର୍ଥାତ୍ ଏଥିରେ କୌଣସି ବିପଦ ନାହିଁ। ଏଠାରେ ଆମେ ଆପଣଙ୍କୁ ଏପରି ଏକ ପୋଷ୍ଟ ଅଫିସ୍ ସ୍କିମ୍ ବିଷୟରେ କହିବାକୁ ଯାଉଛୁ, ଯାହାର ନାମ କିସାନ୍ ବିକାଶ ପତ୍ର ।

କୃଷକଙ୍କ ନିବେଶକୁ ଦ୍ୱିଗୁଣିତ କରିବା ଉଦେଶ୍ୟରେ ଏହାକୁ ଆରମ୍ଭ କରାଯାଇଥିଲା । ତେବେ ବର୍ତ୍ତମାନ ଏହି ସେବା ଏବେ ସମସ୍ତଙ୍କ ପାଇଁ ଉପଲବ୍ଧ । ଏହି ଯୋଜନାରେ ୧୦ ବର୍ଷ ଏବଂ ୪ ମାସ ଅର୍ଥାତ୍ ୧୨୪ ମାସରେ ଆପଣ ଜମାକରାଇଥିବା ଟଙ୍କା ଦ୍ୱିଗୁଣିତ ହୋଇପାରିବ । ଏହି ଜମା ଖାତାରେ ୬.୯% ସୁଧ ମିଳିଥାଏ ।

କିସାନ ବିକାଶ ପତ୍ର ଯୋଜନାରେ ଆପଣଙ୍କୁ ପ୍ରମାଣପତ୍ର ଭାବରେ ନିବେଶ କରିବାକୁ ପଡ଼ିଥାଏ । ଆପଣ ଏହି ପ୍ରମାଣପତ୍ରକୁ ୧୦୦୦ ଟଙ୍କା, ୫୦୦୦ ଟଙ୍କା, ୧୦୦୦୦ ଟଙ୍କା ଏବଂ ୫୦୦୦୦ ଟଙ୍କା ଭାବରେ କିଣିପାରିବେ । ୫୦୦୦୦ରୁ ଅଧିକ ନିବେଶ ଉପରେ ପ୍ୟାନ କାର୍ଡ ବାଧ୍ୟତାମୂଳକ ଥିବାବେଳେ ୧୦ ଲକ୍ଷ କିମ୍ବା ଏହାଠାରୁ ଅଧିକ ନିବେଶ ଉପରେ ଆୟ ପ୍ରମାଣ ଜମା କରିବାକୁ ପଡ଼ିବ, ଯେମିତିକି ଇନକମ ଟ୍ୟାକ୍ସ ରିଟର୍ଣ୍ଣ, ସାଲାରୀ ସ୍ଲିପ ଏବଂ ବ୍ୟାଙ୍କ ଷ୍ଟେଟମେଣ୍ଟ । ଏହାଛଡ଼ା ପରିଚୟ ପତ୍ର ମଧ୍ୟ ଦେବାକୁ ପଡ଼ିଥାଏ ।

ଏହି ଯୋଜନା ଅନୁଯାୟୀ କୌଣସି ଭାରତୀୟ ନାଗରିକ ଯାହାର ବୟସ ୧୮ ବର୍ଷରୁ ଅଧିକ ହୋଇଥାଏ ସେ ଏହି ଆକାଉଣ୍ଟ ଖୋଲାଇପାରିବେ । ତେବେ ଆକାଉଣ୍ଟ ଖୋଲିବାର ସର୍ବାଧିକ ବୟସ ସୀମା ବିଷୟରେ କୁହାଯାଇନାହିଁ । ତେବେ ୧୦ ବର୍ଷରୁ ୧୮ ବର୍ଷରୁ କମ୍ ନାବାଳକଙ୍କ ନାମରେ ବି କେଭିପି ସାର୍ଟିଫିକେଟ କିଣିପାରିବେ ।

ଏହି ଯୋଜନାର ଅନ୍ୟ ସୁବିଧା ମୁତାବକ ଆପଣଙ୍କୁ ବ୍ରାଞ୍ଚ ଟ୍ରାନ୍ସଫର କରିବାର ବିକଳ୍ପ ରହିଛି । ଏହାସହ ଆପଣ ସଂଚୟ କରିବାର ୨.୬ ବର୍ଷ ପରେ ଆପଣଙ୍କ ଅସୂୁବିଧା ସମୟରେ ଆପଣ ପଲିସି ଭାଙ୍ଗି ସମ୍ପୂର୍ଣ୍ଣ ଟଙ୍କା ଉଠାଇ ପାରିବେ । କିଷାନ ବିକାଶ ପତ୍ରରେ ନିବେଶ କଲେ ଏସବୁ ସୁବିଧା ସହ ଆପଣଙ୍କୁ କରଛାଡ ସୁବିଧା ମିଳିଥାଏ । ଏହାସହ ଆପଣ ସିଙ୍ଗଲ କିମ୍ବା ଜଏଣ୍ଟ ଭାବେ ଏହି ପଲିସି ନେଇପାରିବେ । ଏହା ଏକ ଫିକ୍ସ ଡିପୋଜିଟ ସ୍କିମ । ଏଥିରେ ଆପଣ ଗୋଟିଏ ଥର ଜମା କରିବେ । ଏହି ସ୍କିମରେ ଆପଣ ସର୍ବନିମ୍ନ ୧ ହଜାର ଟଙ୍କା ଜମା କରିପାରିବେ । ଏଥିରେ ନିବେଶ ନେଇ କୌଣସି ଲିମିଟ ନାହିଁ । କେନ୍ଦ୍ର ସରକାର ୧୯୯୮ ମସିହାରେ ଏହି ଯୋଜନାର ଆରମ୍ଭ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.