ବାଲିମୁକ୍ତ ହେବ ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର, ଆଜିଠୁ ପୁଣି କାମ ଆରମ୍ଭ କରିଛି ଏଏସଆଇ

ବାଲିମୁକ୍ତ ହେବ ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର । ଆଜିଠୁ ପୁଣି କାମ ଆରମ୍ଭ କରିଛି ଏଏସଆଇ । ଏଏସଆଇ ପକ୍ଷରୁ ଗତବର୍ଷ ସେପ୍ଟେମ୍ବର ମାସରେ ବାଲି କାଢ଼ିବା ପ୍ରସ୍ତୁତି ଆରମ୍ଭ କରାଯାଇଥିବା ବେଳେ କେବଳ ଲୁହା ବିମ ପକାଇ ବିଭାଗ କାମ ବନ୍ଦ ରଖିଥିଲା ।

ମନ୍ଦିରରୁ ବାଲି କାଢିବା ନେଇ ୨୦୧୧ ମସିହା ମାର୍ଚ୍ଚ ୨୦ ଓ ୨୧ ଦୁଇ ଦିନ ବ୍ୟାପି ଆନ୍ତର୍ଜାତିକ ସ୍ତରରେ ଆଲୋଚନା କରାଯାଇଥିଲା। ଆମିକସ କ୍ୟୁରୀ ରିପୋର୍ଟ ଦେବା ପରେ କେନ୍ଦ୍ରୀୟ କୋଠାବାଡ଼ି ଗବେଷଣା ସଂସ୍ଥା ସୂର୍ଯ୍ୟମନ୍ଦିରରେ ପହଞ୍ଚି ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଇବା ସହ ଡ୍ରୋନ୍ ମାଧ୍ୟମରେ ଭିଡିଓ ଚିତ୍ର ଉତ୍ତୋଳନ କରି ସମ୍ପୂର୍ଣ୍ଣ ଲେଜର ସ୍କାନିଂ କରିଥିଲା । ୧୭ ଫୁଟ ବାଲି ଦବି ଥିବା ସଂସ୍ଥା ରିପୋର୍ଟ ଦେଇଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.