Below header

ପୁରୀ ଶ୍ରୀମନ୍ଦିରରେ ଏଏସ୍‌ଆଇର ୪ ଜଣିଆ ଟିମ୍‌, ବାଇଶି ପାହାଚ ମାପଚୁପ କରିବା ସହ କରିଛନ୍ତି ମା’ ଲକ୍ଷ୍ମୀଙ୍କ ମନ୍ଦିର ଅନୁଧ୍ୟାନ

ପୁରୀ : ପୁରୀ ଶ୍ରୀମନ୍ଦିରରେ ଏଏସ୍‌ଆଇର ୪ ଜଣିଆ ଟିମ୍‌ । ଏହି ଟିମ୍‌ ବାଇଶି ପାହାଚ ମାପଚୁପ କରିବା ସହ ମା’ ଲକ୍ଷ୍ମୀଙ୍କ ମନ୍ଦିର ମଧ୍ୟ ଅନୁଧ୍ୟାନ କରିଛନ୍ତି । ଅନୁଧ୍ୟାନ ଓ ମାପଚୁପ ପରେ ବାଇଶି ପାହାଚ ମରାମତି ନେଇ ଖସଡା ପ୍ରସ୍ତୁତ ହେବ ।

ଅନ୍ୟପଟେ ଶ୍ରୀମନ୍ଦିର ଦ୍ୱାର ରୂପା ଛାଉଣୀ ନେଇ ଆଜି ନୀଳାଚଳ ଭକ୍ତ ନିବାସରେ ପ୍ରଥମ ବୈଠକ ବସିବ । ବୈଠକରେ ଛତିଶା ନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବିଭିନ୍ନ ନିଯୋଗର ପ୍ରତିନିଧି ଉପସ୍ଥିତ ରହିବେ । ୧ କ୍ୱିଣ୍ଟାଲରୁ ଅଧିକ ରୁପାରେ ଝଲସିବ ଶ୍ରୀମନ୍ଦିରର ଦ୍ୱାର । ୧୫ ଜଣ କାରିଗରଙ୍କ ଦ୍ୱାରା କବାଟର ଫ୍ରେମ ପ୍ରସ୍ତୁତ ହେବ। ଏଥିପାଇଁ ୧୮ କୋଟି ଟଙ୍କା ଖର୍ଚ୍ଚ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.