ଆସାମର ମୂଷା ଶେଖ୍‌ ନିଖୋଜ, ଦୀର୍ଘ ଶହେ ଘଣ୍ଟା ପରେ ବି ମିଳୁନି ପତ୍ତା

ବାହାନଗା ରେଳ ଦୁର୍ଘଟଣାରେ ଆସାମର ମୂଷା ଶେଖ୍‌ ନିଖୋଜ । ଦୀର୍ଘ ଶହେ ଘଣ୍ଟା ପରେ ବି ମିଳୁନି ପତ୍ତା । ଖୋଜି ଖୋଜି ନୟାନ୍ତ ହେଲେ ସମ୍ପର୍କୀୟ । ଯଶବନ୍ତପୁର-ହାଓ୍ଵଡା ଏକ୍ସପ୍ରେସରେ ଆସାମରୁ ଆସିଥିଲେ ୨୦ ବର୍ଷିୟ ମୂଷା ଶେଖ୍‌ ।

ଭୁବନେଶ୍ୱର(କେନ୍ୟୁଜ୍): ବାହାନଗା ଟ୍ରେନ ଟ୍ରାଜେଡି ନେଇଛି ୨୮୮ ଜୀବନ । ବର୍ତ୍ତମାନ ସୁଦ୍ଧା ୨୦୫ ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର କରାଯାଇଛି । ବାକି ୮୩ ମୃତଦେହ ହସ୍ତାନ୍ତର ହୋଇନାହିଁ । ସମସ୍ତ ମରଶରୀର ଏବେ ଭୁବନେଶ୍ୱର ଏମ୍‌ସରେ ସଂରକ୍ଷିତ କରି ରଖାଯାଇଛି । ମୃତକଙ୍କୁ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ ଭୁବନେଶ୍ୱର ଏମ୍‌ସ ଆସିବାକୁ ସମ୍ପର୍କୀୟଙ୍କୁ କୁହାଯାଇଛି । ଏନେଇ ପୂର୍ବତନ ରେଲବାଇ ପକ୍ଷରୁ ଦିଆଯାଇଛି ସୂଚନା ।

ଏହାରି ଭିତରେ ବାହାନଗା ରେଳ ଦୁର୍ଘଟଣାରେ ଆସାମର ମୂଷା ଶେଖ୍‌ ନିଖୋଜ । ଦୀର୍ଘ ଶହେ ଘଣ୍ଟା ପରେ ବି ମିଳୁନି ପତ୍ତା । ଖୋଜି ଖୋଜି ନୟାନ୍ତ ହେଲେ ସମ୍ପର୍କୀୟ । ଯଶବନ୍ତପୁର-ହାଓ୍ଵଡା ଏକ୍ସପ୍ରେସରେ ଆସାମରୁ ଆସିଥିଲେ ୨୦ ବର୍ଷିୟ ମୂଷା ଶେଖ୍‌ । ଦୁର୍ଘଟଣା ପରଠୁ ତାଙ୍କର କୌଣସି ଖୋଜଖବର ନାହିଁ । ମୂଷାଙ୍କୁ ଖୋଜିବାକୁ ଭାଇ ଅମିରୁଦ୍ଦିନ ଓ ମାମୁଁ ଅଝାର ଅଲ୍ଲୀ ହସ୍ପିଟାଲକୁ ହସ୍ପିଟାଲ ଦୌଡୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.