ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଜୁନ୍ ୨୫ରୁ

ଭୁବନେଶ୍ବର(କେନ୍ୟୁଜ୍) : ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଜୁନ ୨୫ରୁ ଆରମ୍ଭ ହେବ। ଜୁନ୍ ୨୮ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ। ବଜେଟ୍ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଲୋଡାଯାଇଛି ଜନସାଧାରଣଙ୍କ ମତାମତ। ୩/୪ଦିନ ମଧ୍ୟରେ ଅର୍ଥନୀତି ବିଶେଷଜ୍ଞଙ୍କ ସହ ବୈଠକ ବସିବ। ଏନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି। ଆସନ୍ତା ୨୮ ତାରିଖରେ ବିଧାନସଭାରେ ଉପସ୍ଥାପନ ହେବ ବଜେଟ।