ହୋହାଲ୍ଲା ଭିତରେ ସରିଲା ବିଧାନସଭାର ମୌସୁମୀ ଅଧିବେଶନ,ସଂରକ୍ଷଣ ସୀମା ୫୦ ପ୍ରତିଶତ ବଢ଼ାଇବା ନେଇ ସଂକଳ୍ପ ପାରିତ

କେନ୍ୟୁଜ୍(ବ୍ୟୁରୋ):ସରିଲା ବିଧାନସଭାର ମୌସୁମୀ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ ହୋଇଛି । ଏହି ସ୍ୱଳ୍ପକାଳୀନ ଅଧିବେଶନରେ ମୋଟ୍‌ ୧୩ଟି ବିଲ୍‌ ପାରିତ ହୋଇଛି । ୩ଟି ମୁଲତବୀ ପ୍ରସ୍ତାବ ଆସିଥିଲା । ଆଜି ଶେଷ ଦିନରେ ବିଧାନସଭାରେ ଜାତିଭିତିକ ଜନଗଣନା ଓ ସଂରକ୍ଷଣ ସୀମା ୫୦ ପ୍ରତିଶତ ବଢ଼ାଇବା ନେଇ ସଂକଳ୍ପ ଆଣିଛନ୍ତି ରାଜ୍ୟ ସରକାର । ମନ୍ତ୍ରୀ ଜଗନ୍ନାଥ ସାରକା ଏହି ସଂକଳ୍ପ ଆଗତ କରିଥିଲେ । ବିରୋଧୀଙ୍କ ହୋହଲ୍ଲା ପାଟିତୁଣ୍ଡ ଭିତରେ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି ।

ସଂକଳ୍ପଟିକୁ ରାଜ୍ୟ ଓବିସି କମିଶନଙ୍କ ନିକଟକୁ ବିଧାନସଭା ପକ୍ଷରୁ ପଠାଯିବ । ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବେ କମିଶନ । ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବିଜେଡିର ସଂସଦୀୟ ଦଳର ଏକ ପ୍ରତିନିଧି ଭେଟିଥିଲେ ଏହି ଦାବି ରଖିଥିଲେ । ଏହାଦ୍ୱାରା ପଛୁଆ ବର୍ଗଙ୍କୁ ସାମାଜିକ ନ୍ୟାୟ ମିଳିବ । ଏହାଦ୍ୱାରା ପଛୁଆ ବର୍ଗଙ୍କ ଅଧିକାର ସାବ୍ୟସ୍ତ ହୋଇପାରିବ । କିନ୍ତୁ ଏ ଆଲୋଚନା ବେଳେ ବିରୋଧୀ କଂଗ୍ରେସ ଓ ବିଜେପି ଅନୁପସ୍ଥିତ ଥିଲେ । .

Leave A Reply

Your email address will not be published.