Below header

ଆପଣଙ୍କ ଶରୀରରେ ପ୍ରୋଟିନ ମାତ୍ରା କମିଯାଉଥିଲେ ଜାଣିବେ କେମିତି

ସୁସ୍ଥ ସବଳ ରହିବା ପାଇଁ ଶରୀରକୁ ଜରୁରୀ ତତ୍ତ୍ୱ ମିଳିବା ନିହାତି ଜରୁରୀ । ଏହା ଦ୍ୱାରା ଇମ୍ୟୁନିଟି ଓ ପାଚନ ତନ୍ତ୍ର ମଜବୁତ ହୋଇଥାଏ ଆଉ ସଠିକ ଭାବରେ କାମ କରିଥାଏ । ସୁସ୍ଥ ଶାରୀରିକ ଓ ମାନସିକ ବିକାଶ ପାଇଁ ଶରୀରକୁ ସଠିକ ପୋଷଣ ନିହାତି ମିଳିବା ଦରକାର । ଏହାସହ ଶରୀରରେ ଉର୍ଜା ସଂଚାର ହୋଇଥାଏ । କିନ୍ତୁ ବ୍ୟସ୍ତବହୁଳ ଦିନଚର୍ଯ୍ୟା କାରଣରୁ ଆଜିକାଲି ଲୋକେ ନିଜ ପ୍ରତିଦିନର ଡାଏଟ ଉପରେ ସେତେଟା ଧ୍ୟାନ ଦେଇପାରୁନାହାନ୍ତି । ଏମିତିରେ ବି ବହୁତ ଲୋକ ଅବଗତ ନୁହନ୍ତି ସନ୍ତୁଳିତ ଓ ପୋଷଣରେ ଭରପୁର ଆହାର କେମିତି ହେବା ଦରକାର ।

କାହିଁକି ଜରୁରୀ ପ୍ରୋଟିନ:

ପ୍ରୋଟିନରେ ଅକ୍ସିଜେନ, ନାଇଟ୍ରୋଜେନ, ହାଇଡ୍ରୋଜେନ ପରି ତତ୍ତ୍ୱ ପ୍ରଚୁର ମାତ୍ରାରେ ଥାଏ । ଏଥିପାଇଁ ଖାଦ୍ୟରେ ପ୍ରୋଟିନ ନେବା ଦ୍ୱାରା ଇମ୍ୟୁନିଟି ବି ବୃଦ୍ଧି ହୋଇଥାଏ । ଏହାଦ୍ୱାରା ଶରୀରକୁ ଉଭୟ ଭିତରୁ ଓ ବାହାରୁ ଶକ୍ତି ମିଳିଥାଏ । ହେଲ୍ଥ ଏକ୍ସପର୍ଟଙ୍କ ଅନୁଯାୟୀ, “ପ୍ରୋଟିନ ଶରୀରରେ କୋଷିକାଗୁଡିକୁ ନିର୍ମାଣ କରିବା ସହ ଏହାକୁ ମରାମତ କରିଥାଏ ।

କେମିତି ଜାଣିବେ ଆପଣଙ୍କ ଶରୀରରେ ପ୍ରୋଟିନ ମାତ୍ରା କମିଯାଇଛି:

– ଥକ୍କା ପଣ ଅନୁଭବ ହେଲେ

– କେଶ ଓ ନଖ ଦୁର୍ବଳ ହୋଇ ଝରିପଡ଼ିଲେ

– କେଶର ରୁକ୍ଷପଣ ବଢିଲେ

– ମାଂସପେଶି ଦୁର୍ବଳ ହୋଇପଡିଲେ

– ହାଡ଼ ଦୁର୍ବଳ ହୋଇ ଭାଙ୍ଗିଲେ

– ବାରମ୍ବାର ଇନଫେକ୍ସନ ହେଲେ

-ଶରୀରରେ ପ୍ରୋଟିନ କମିଲେ ଫ୍ୟାଟି ଲିଭର ବଢିଲେ

ପ୍ରୋଟିନର ଅଭାବ ଅନୁଭବ ହେଲେ ନିଜ ଖାଦ୍ୟରେ ପ୍ରୋଟିନ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ନିୟମିତ ଭାବରେ ନିଜ ଡାଏଟରେ ଅଣ୍ଡା, କ୍ଷୀର ଜାତୀୟ ପଦାର୍ଥ, ସୋୟା, ପଣସ, ଅଙ୍କୁରିତ ଶସ୍ୟ, ଚିକେନ ଆଦିକୁ ସାମିଲ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.