ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ବାରିପଦା ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ବାଣେଶ୍ୱର ନାୟକ। ସହକାରୀ ଯନ୍ତ୍ରୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଞ୍ଚ କରୁଛି ଭିଜିଲାନ୍ସ। ଏକ କାଳୀନ ପାଞ୍ଚଟି ସ୍ଥାନରେ ଚାଲିଛି ଚଢ଼ାଉ।

ବାରିପଦା (କେନ୍ୟୁଜ): ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ବାରିପଦା ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ବାଣେଶ୍ୱର ନାୟକ। ସହକାରୀ ଯନ୍ତ୍ରୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଞ୍ଚ କରୁଛି ଭିଜିଲାନ୍ସ। ଏକ କାଳୀନ ପାଞ୍ଚଟି ସ୍ଥାନରେ ଚାଲିଛି ଚଢ଼ାଉ।

ବାରିପଦା ରଘୁନାଥପୁରରେ ତିନି ମହଲା ଆବାସିକ ଘର , ବଡ଼ସାହି ତଳଣ୍ଡାରେ ଥିବା ଦୁଇ ମହଲା ଘର, ତଳଣ୍ଡାରେ ଥିବା ପୈତୃକ ଘର ସହ ବୈଶିଙ୍ଗା ମାଣିତ୍ରୀରେ ଥିବା ସମ୍ପର୍କୀୟଙ୍କ ଘରେ ଚାଲିଛି ଚଢ଼ାଉ। ଏଥିସହିତ ସହକାରୀ ଯନ୍ତ୍ରୀଙ୍କ ବାରିପଦା ସରକାରୀ କାର୍ଯ୍ୟାଳୟରେ ବି ଚଢ଼ାଉ ଜାରି ରହିଛି। ଚଢ଼ାଉରେ ସାମିଲ ଅଛନ୍ତି ଦୁଇଜଣ ଅତିରିକ୍ତ ଏସପି, ୩ ଡ଼ିଏସପି, ୭ ଇନିସ୍ପେକ୍ଟର, ଜଣେ ଏସଆଇ, ୭ ଏଏସଆଇ ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.