ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଟିଏମ୍‌ ହ୍ୟାକ୍‌, ହିଟାଚି ଏଟିଏମ୍‌ରୁ ୧୦ ଲକ୍ଷ ୮୦ ହଜାର ଲୁଟ୍‌

ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଟିଏମ୍‌କୁ ହ୍ୟାକ୍‌ ଅଭିଯୋଗ । ଧାମନଗରେ ଦୋବଲ ସ୍ଥିତ ଇଣ୍ଡିକ୍ୟାଶ୍‌ ଏଟିଏମ୍‌ରୁ ୩ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍‌ ନେଇ ଥାନାରେ ଅଭିଯୋଗ ହୋଇଛି। ସେହିପରି ଧାମନଗର ବଜାର ହିଟାଚି ଏଟିଏମ୍‌ରୁ ୧୦ ଲକ୍ଷ ୮୦ ହଜାର ଲୁଟ୍‌ ହୋଇଛି। ପୂର୍ବରୁ ବାସୁଦେପୁରରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା । କେନ୍ଦୁଝର ଜିଲ୍ଲାର ଗୋଟିଏ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଏଟିଏମ୍‌ରୁ ୬ଲକ୍ଷ ୮୦ ହଜାର, ୯୯ ହଜାର , ୩ ଲକ୍ଷ ୧୨ ହଜାର ୫୦୦ ଟଙ୍କା ନେଇଛନ୍ତି ହ୍ୟାକର। ଏନେଇ ଏଟିଏମର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା TCPSLକଂପାନୀ ପକ୍ଷରୁ ବିଭିନ୍ନ ଥାନାରେ ଏତଲା ଦିଆଯାଇଛି। ହ୍ୟାକରମାନେ ନିଛାଟିଆ ଅଞ୍ଚଳର ଏଟିଏମ୍‌କୁ ଟାର୍ଗେଟ୍‌ କରି ଗ୍ରାହକ ବେଶରେ ଯାଉଥିବା ସୂଚନା ମିଳିଛି। କେହି ଦୁର୍ବୃତ୍ତ ହ୍ୟାକ୍‌ କରି ଏଟିଏମ୍‌ରୁ ଟଙ୍କା ଗାଏବ୍‌ କରୁଛନ୍ତି। ଯାହାକି ଏହି ହ୍ୟାକରଙ୍କୁ ଧରିବା ଲାଗି ଜିଲ୍ଲା ପୋଲିସ ପାଇଁ ଚ୍ୟାଲେଞ୍ଜ। ସାଇବର ଏକ୍ସପର୍ଟ ଓ ସାଇବର ଉପରେ ଟ୍ରେନିଂ ନେଇଥିବା ଷ୍ଟାଫ୍‌ମାନଙ୍କୁ ତଦନ୍ତର ଭାର ଦିଆଯିବ। ଯଦି ଦରକାର ପଡେ ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚର ସହାୟତା ନିଆଯିବ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.