ଗ୍ୟାସ୍ କଟରରେ ଏଟିଏମ୍‌ ମେସିନ୍‌ କାଟି ଟଙ୍କା ଲୁଟ୍‌, ସିସି କ୍ୟାମେରା ଜବତ କରି ତଦନ୍ତ ଆରମ୍ଭ

ବାଲେଶ୍ୱର(କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ପଦ୍ମପୁର ହାଟ ସ୍ଥିତ ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ଅଭିଯୋଗ । ଗ୍ୟାସ୍ କଟରରେ ଏଟିଏମ୍‌ ମେସିନ୍‌ କାଟି ଟଙ୍କା ଲୁଟ୍‌ ହୋଇଛି । ସଦର ଥାନା ହଲଦୀପଦା ଫାଣ୍ଡି ଅଧିନସ୍ଥ ପଦ୍ମପୁର ହାଟରେ ଥିବା ଏସବିଆଇ ଏଟିଏମରୁ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।

ଗତକାଲି ରାତି ପ୍ରାୟ ୩ ଟା ୨୦ ବେଳକୁ ୩ଜଣ ବ୍ୟକ୍ତି ଏଟିଏମ୍‌ରୁ ଲୁଟ୍‌ କରୁଥିବା ସିସି କ୍ୟାମେରାରୁ ଜଣାପଡିଛି । ଘଟଣାସ୍ଥଳରୁ ପୋଲିସ ସିସି କ୍ୟାମେରା ଜବତ କରି ତଦନ୍ତ ଚଳାଇଛି । ତେବେ କେତେ ଟଙ୍କା ଲୁଟ୍‌ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.