ପୁରୀ ବଡଓରା ଗାଁରେ ଅଭାବନୀୟ ଦୃଶ୍ୟ, ଗାଁ ଦାଣ୍ଡରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ

ପିପିଲି(କେନ୍ଯୁଜ୍): ଗାଁ ଦାଣ୍ଡରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ । ପୁରୀ କଣାସ ବ୍ଲକ ବଡାଲ ପଂଚାୟତ ବଡଓରା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। କଣାସ ମେଡିକାଲରେ କାର୍ଯ୍ୟରତ ଥିବା ହେମନ୍ତ କୁମାର ସାହୁଙ୍କୁ କିଛି ଲୋକ ତଳେ ପକାଇ ମାଡ ମାରୁଥିବାର ଭିଡିଓ ଭାଇରାଲ ହୋଇଛି।

ଜମିଜମା ବିବାଦକୁ କେନ୍ଦ୍ର କରି ହୋଇଛି ଆକ୍ରମଣ। ହେମନ୍ତଙ୍କ ସହ ତାଙ୍କ ପରିବାରକୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଗଡିଶାଗୋଦା ଥାନାରେ ମାମଲା ରୁଜୁ ହୋଇଛି।

You might also like