Below header

ପୂର୍ବ ଶତ୍ରୁତା: ଜେସିବି ଲଗାଇ ଶିକ୍ଷାବିତଙ୍କ ଘର ଭାଙ୍ଗିଦେଲେ ଦୁର୍ବୃତ୍ତ

ପୂର୍ବ ଶତ୍ରୁତାରୁ ଘର ଭାଙ୍ଗିଦେଲେ ଦୁର୍ବୃତ୍ତ । ବିଳମ୍ବିତ ରାତିରେ ଜେସିବି ଲଗାଇ ପିଙ୍କି ମହାନ୍ତିଙ୍କ ଘର ଭାଙ୍ଗିଦେଲେ ଦୁର୍ବୃତ୍ତ । ସିସିଟିଭିରେ କଏଦ ହୋଇଛି ସମସ୍ତ ଦୃଶ୍ୟ । ପୁରୀ ଜିଲ୍ଲା ନିମାପଡ଼ା ଗୋଲେଇ ଛକ ସିଦ୍ଧେଶ୍ୱର ମଣ୍ଡପ ଗଳିରେ ଗତକାଲି ବିଳମ୍ବିତ ରାତିରେ ଏଭଳି କାଣ୍ଡ ଭିଆଇଛନ୍ତି ୧୦ରୁ ୧୫ ଜଣ ଯୁବକ ।

ପୁରୀ (କେନ୍ୟୁଜ): ପୂର୍ବ ଶତ୍ରୁତାରୁ ଘର ଭାଙ୍ଗିଦେଲେ ଦୁର୍ବୃତ୍ତ । ବିଳମ୍ବିତ ରାତିରେ ଜେସିବି ଲଗାଇ ପିଙ୍କି ମହାନ୍ତିଙ୍କ ଘର ଭାଙ୍ଗିଦେଲେ ଦୁର୍ବୃତ୍ତ । ସିସିଟିଭିରେ କଏଦ ହୋଇଛି ସମସ୍ତ ଦୃଶ୍ୟ । ପୁରୀ ଜିଲ୍ଲା ନିମାପଡ଼ା ଗୋଲେଇ ଛକ ସିଦ୍ଧେଶ୍ୱର ମଣ୍ଡପ ଗଳିରେ ଗତକାଲି ବିଳମ୍ବିତ ରାତିରେ ଏଭଳି କାଣ୍ଡ ଭିଆଇଛନ୍ତି ୧୦ରୁ ୧୫ ଜଣ ଯୁବକ ।

ଏହି ଯୁବକମାନେ ପୂର୍ବରୁ ନିଶାଗ୍ରସ୍ତ ଅବସ୍ଥାରେ ମାରଣାସ୍ତ୍ର ଧରି ମହିଳାଙ୍କୁ ଅସଦାଚରଣ କରିବା ସହ ଘରେ ପଶି ଡକାୟତି ଓ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ । କିନ୍ତୁ ଏଥିରେ ବିଫଳ ହେବା ପରେ ଜେସିବି ଲଗାଇ ମହିଳାଙ୍କ ଘର ଭାଙ୍ଗି ଫେରାର ହୋଇଯାଇଛନ୍ତି । ଏସବୁ ପରେ ଶିକ୍ଷାବିତ୍ ପରିବାର ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଅଛନ୍ତି । ଯଦି ସ୍ଥାନୀୟ ପୋଲିସ ସମ୍ପୃକ୍ତ ପରିବାରକୁ ନ୍ୟାୟ ପ୍ରଦାନ ନକରେ ତେବେ ପୁରା ପରିବାର ଥାନା ସାମ୍ନାରେ ଆତ୍ମହୁତି ଦେବେ ବୋଲି ପ୍ରତିକ୍ରିୟା ଚେତାବନୀ ଦେଇଛନ୍ତି ଘର ମାଲିକ । ତେବେ ଏନେଇ ତଦନ୍ତ ଚଳାଇଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.