Below header

ବ୍ଲାଉଜ ସିଲେଇ ପଇସା ନ ଦେବାରୁ ଯୁବକଙ୍କୁ ହାଣିଲେ; ହାତ, ବେକ ଓ ଛାତିରେ ଲାଗିଛି ଗଭୀର ଆଘାତ

ବ୍ଲାଉଜ ସିଲେଇ ପଇସା ନ ଦେବାରୁ ଯୁବକଙ୍କୁ ଗାଁ ଦାଣ୍ଡରେ ସଂଘବଦ୍ଧ ଭାବେ ଗୋଡ଼େଇ ଗୋଡ଼େଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଢେଙ୍କାନାଳ ସଦରଥାନା ଟଭାପାଳ ସୁନ୍ଦରପଡା ଗାଁରେ।

ଢେଙ୍କାନାଳ (କେନ୍ୟୁଜ): ବ୍ଲାଉଜ ସିଲେଇ ପଇସା ନ ଦେବାରୁ ଯୁବକଙ୍କୁ ଗାଁ ଦାଣ୍ଡରେ ସଂଘବଦ୍ଧ ଭାବେ ଗୋଡ଼େଇ ଗୋଡ଼େଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଢେଙ୍କାନାଳ ସଦରଥାନା ଟଭାପାଳ ସୁନ୍ଦରପଡା ଗାଁରେ। ଆକ୍ରମଣରେ ସୁନ୍ଦରପଡା ଗାଁର ବିପିନ ପରିଡାଙ୍କ ହାତ, ବେକ ଓ ଛାତିରେ ଗଭୀର କ୍ଷତ ଲାଗିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ, ବିପିନଙ୍କ ସ୍ତ୍ରୀ ସୁମିତ୍ରା ବ୍ଲାଉଜ ସିଲାଇ କରିବା ପାଇଁ ସେହି ଗାଁର ବାପୁନି ରାଉତଙ୍କ ସ୍ତ୍ରୀଙ୍କୁ ଦେଇଥିଲେ। ବାପୁନିଙ୍କ ସ୍ତ୍ରୀ ସିଲେଇ ଭୁଲ୍ କରି ଥିବାରୁ ବ୍ଲାଉଜ ସିଲେଇ ବାବଦକୁ ଟଙ୍କା ଦେବାକୁ ମନା କରି ଦେଇଥିଲେ ସୁମିତ୍ରା। ଏନେଇ ଗତକାଲି ବିପିନ ଓ ବାପୁନିଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା। ବାପୁନି ଓ ତାର ୪ ଜଣ ସାଙ୍ଗ ମିଶି ବିପିନକୁ ଖଣ୍ଡାରେ ଗାଁ ଦାଣ୍ଡାରେ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଢେଙ୍କାନାଳ ସଦର ଥାନା ପୋଲିସ ଘଟଣାର ଖୋଳତାଡ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.