ଯୈାତୁକ ପାଇଁ ବୋହୂକୁ ଆକ୍ରମଣ, ଧାରୁଅ ଅସ୍ତ୍ରରେ ଆଙ୍ଗୁଠିକୁ କାଟିଦେଲା ଶାଶୁ

କନ୍ଧମାଳ (କେନ୍ୟୁଜ): ଯୈାତୁକ ପାଇଁ ଶାଶୁ ବୋହୁର ଆଙ୍ଗୁଠି ଧାରୁଅ ଅସ୍ତ୍ରରେ କାଟି ଶରୀରରୁ କରିଲା ଅଲଗା । ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଲାବାଡି ଗ୍ରାମ ପଚାଁୟତର ଡଙ୍ଗା ଗ୍ରାମରେ । ପିଡୀତା ଝୁଲଣା ବେହେରା ଆଜିକୁ ଦଶ ବର୍ଷ ପୂର୍ବେ ଭଲ ପାଇ କୃତିବାସ ବେହେରାଙ୍କୁ ବିବାହ କରିଥିଲେ ।

ଯୈାତୁକୁ ନେଇ ବାରମ୍ବାର ସ୍ୱାମୀ ଓ ଶାଶୁ ଝୁଲଣାକୁ ନିର୍ଯ୍ୟାତନା ଦେଇଆସୁଥିଲେ । ପରିଶେଷରେ ଆଜି ସ୍ୱାମୀ ଓ ଶାଶୁ ଜୀବନରେ ମାରିବା ପାଇଁ ଚେଷ୍ଟା କରୁଥିବା ବେଳେ ଆଜି ଝୁଲଣାର ବାମ ହାତର ବିଶି ଆଙ୍ଗୁଠିକୁ କାଟିଦେଇଛନ୍ତି । ଗୁରୁତର ଅବସ୍ଥାରେ ଝୁଲଣାକୁ ଫୁଲବାଣୀ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଯାଉଛି । ସ୍ୱାମୀ ଓ ଶାଶୁଙ୍କୁ କୋଠର ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ପିଡୀତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.