ବୟଫ୍ରେଣ୍ଡର ଅସ୍ଥିକୁ ସେକ୍ସ ଟୟରେ ଲୁଚେଇ ନେବା ବେଳେ ବିମାନ ବନ୍ଦରରେ ଧରା ପଡ଼ିଲେ ମହିଳା

କେନ୍ୟୁଜ୍‌ ବ୍ୟୁରୋ: ଜଣେ ମହିଳା ବିମାନ ବନ୍ଦରରେ ନିଜ ବୟଫ୍ରେଣ୍ଡର ଅସ୍ଥିକୁ ଲୁଚେଇ ନେଲା ବେଳେ ଧରା ପଡ଼ିଛନ୍ତି । ନିକଟରେ ତାଙ୍କ ବୟଫ୍ରେଣ୍ଡର ମୃତ୍ୟୁ ହୋଇଯାଇଛି ବୋଲି ସେ ଟିକ୍‌ଟକ୍‌ ଭିଡ଼ିଓରେ କହିଥିଲେ । ବ୍ରଟିଶ ଖବର କାଗଜ ଡେଲ୍ଲି ଷ୍ଟାର ଅନୁଯାୟୀ,  ୨୩ ବର୍ଷୀୟ ସାରା ବଟନ ଦେହାନ୍ତ ହୋଇଥିବା ତାଙ୍କର ବୟଫ୍ରେଣ୍ଡଙ୍କ ଅସ୍ଥି ଗୋଟିଏ ସେକ୍ସ ଟୟ ଭିତରେ ନେଇ ଯାଉଥିଲେ । ସେ ବିମାନ ବନ୍ଦରରେ ଯାଉଥିବା ବେଳେ ସୁରକ୍ଷା କର୍ମୀ ତାଙ୍କୁ ଅଟକାଇଥିଲେ ଏବଂ ନେବାକୁ ବାରଣ କରିଥିଲେ । ସେହି ସେକ୍ସ ଟୟ ତାଙ୍କ ବୟଫ୍ରେଣ୍ଡର ପସନ୍ଦ ଥିଲା । ସେହି ସେକ୍ସ ଟୟ ବା ବଟ୍‌ ପ୍ଲଗ ତାଙ୍କୁ ତାଙ୍କର ଦିବଂଗତ ପ୍ରେମିକ ଉପହାରରେ ଦେଇଥିଲେ । ସେ ମହିଳା ଜଣକ ବିମାନ ବନ୍ଦରର ସୁରକ୍ଷା କର୍ମୀଙ୍କୁ ଏହି ବିଷୟରେ ବୁଝାଇ କହିବା ପରେ ମଧ୍ୟ ଅଧିକାରୀମାନେ ଶୁଣିବାକୁ ନାରାଜ ଥିଲେ । ତା ପରେ ମହିଳାଙ୍କର ଏହି କାମକୁ ଅଶ୍ଳୀଳତାର ଆଖ୍ୟା ଦେଇଥିଲେ ।

ମହିଳାଙ୍କ ବୟଫ୍ରେଣ୍ଡଙ୍କର ସ୍ୱପ୍ନ:

ବିମାନ ବନ୍ଦରରେ ବହୁତ ଚେଷ୍ଟା କଲେ ମଧ୍ୟ ଅଧିକାରୀମାନେ ତାଙ୍କୁ ଛାଡ଼ି ନ ଥିଲେ । ଜଣେ ଆଇନ ଛାତ୍ରଙ୍କ କହିବା ଅନୁଯାୟୀ, ଏହିପରି ଜିନିଷକୁ ବିମାନରେ ନିଆଯିବାର ଅନୁମତି ନ ଥାଏ ମହିଳାଙ୍କୁ ଜଣା ନ ଥିଲା । ମହିଳା ଜଣକ କହିଥିଲେ ତାଙ୍କ ବୟଫ୍ରେଣ୍ଡଙ୍କ ଗିଫ୍ଟକୁ ସେ ଏମିତି ଜାଗାକୁ ନେଇଯିବାକୁ ଚାହୁଁଥିଲେ, ଯେଉଁଠାକୁ ତାଙ୍କୁ ବୟଫ୍ରେଣ୍ଡ ଯିବାକୁ ସ୍ୱପ୍ନ ଦେଖୁଥିଲେ ।

କେଉଁଠି ମିଳିଲା ଏହି ଗିଫ୍ଟ:

ଏମିତି ଏକ ଅଜବ ଗିଫ୍ଟ ବିଷୟରେ ମହିଳା ଜଣକ କହିଛନ୍ତି, ସେ ତାଙ୍କର ଅନ୍ତିମ ସଂସ୍କାର କଲାବେଳେ ଏକ ବାକ୍ସ ଭିତରୁ ମଳିଲା । କିଛି ଦିନ ହେବ ମହିଳା ଜଣକର ତାଙ୍କ ବୟଫ୍ରେଣ୍ଡ ସହିତ ସମ୍ପର୍କରେ ନ ଥିଲେ ସେହି ସମୟରେ ତାଙ୍କର ଦେହାନ୍ତ ହୋଇଗଲା । ମହିଳା ଆହୁରି ମଧ୍ୟ କହିଥିଲେ,  ସେ ମରିବା କଥା ମୁଁ ଜାଣି ନଥିଲି  । ସେଥି ପାଇଁ ସେହି ଗିଫ୍ଟକୁ ଗୋଟିଏ ବାକ୍ସ ଭିତରେ ରଖଥିଲେ । ସେ ମହିଳା କହିଛନ୍ତି ମୋର ପୁରା ଜୀବନ ଏହାକୁ ନେଇ ହସି ହସି କାଟିଦେବି, ଯାହା ବାସ୍ତବରେ କଷ୍ଟ ଦାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.