ଦିଲ୍ଲୀ ନଗରନିଗମ ନିର୍ବାଚନରେ ଆପ୍ ଦେଲାନାହିଁ ଟିକେଟ: ଟାୱାର ଉପରେ ଚଢି ଧମକ ଦେଲେ ଆଶାୟୀ ପ୍ରାର୍ଥୀ

ନୂଆଦିଲ୍ଲୀ : ଦିଲ୍ଲୀରେ ଆପ୍‌ ନେତାଙ୍କ ହାଇଡ୍ରାମା। ଟିକେଟ ନମିଳିବାରୁ ଉଚ୍ଚ ଟାୱାରରେ ଚଢି ଆତ୍ମହତ୍ୟା ଧମକ। ଦିଲ୍ଲୀର ଶାସ୍ତ୍ରୀ ପାର୍କ ମେଟ୍ରୋ ଷ୍ଟେସନରେ ଏଭଳି ଡ୍ରାମା ଦେଖିବାକୁ ମିଳିଛି। ଦିଲ୍ଲୀ ମୁନିସିପାଲିଟି ନିର୍ବାଚନ ପାଇଁ ଆପ୍‌ ବିଭିନ୍ନ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତେବେ ତାଲିକାରୁ ପୂର୍ବ ଦିଲ୍ଲୀର ପୂର୍ବତନ ଆପ୍‌ କାଉନସିଲର ହସିବ ଉଲ ହସନ ବାଦ୍‌ ପଡ଼ିଛନ୍ତି।

ଟିକେଟ ନମିଳିବାକୁ ଆଜି ମଧ୍ୟାହ୍ନରେ ସେ ଉଚ୍ଚ କ୍ଷମତା ସଂପନ୍ନ ଟାୱାରରେ ଚଢି ଯାଇ ଆତ୍ମହତ୍ୟା କରିବାକୁ ଧମକ ଦେଇ କହୁଛନ୍ତି କି, ପାର୍ଟି ମୋତେ ଟିକେଟ ଦେଲାନାହିଁ ତେଣୁ ମୁଁ ଆତ୍ମହତ୍ୟା କରିବି । ଏହା ସହ ଆପ୍‌ ନେତା ଅତିଶୀ ଓ ଦୁର୍ଗେଶ ପାଠକ ତାଙ୍କ ଡକୁମେଣ୍ଟ ଫେରାଉ ନଥିବା ଅଭିଯୋଗ ଆଣିଛନ୍ତି। ଟ୍ଵାୱାରରେ ଚଢିବା ପରେ ଫେସ୍‌ବୁକରେ ଏହାର ଲାଇଭ କରିଥିଲେ। ପରେ ଅଗ୍ନିଶମ ବାହିନୀ ଓ ପୋଲିସ ତାଙ୍କୁ ବୁଝାସୁଝା କରିବା କରି ତଳକୁ ଓହ୍ଲାଇଥିଲେ। ତେବେ ଏନେଇ ଆପ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ପୂର୍ବରୁ ମଧ୍ୟ ନିଜର ଆଚରଣ ପାଇଁ ଚର୍ଚ୍ଚାକୁ ଆସଥିଲେ ହସିବ ଉଲ ହସନ। ମାର୍ଚ୍ଚ ମାସରେ ସ୍ୱେରେଜ ଡ୍ରେନ ସଫା କରିବାକୁ ଶାସ୍ତ୍ରୀ ପାର୍କ ଠାରେ ଏକ ଉଛୁଳା ସ୍ୱେରେଜ ଡ୍ରେନକୁ ଡେଇଁଥିଲେ।

ଦିଲ୍ଲୀ ନଗରନିଗମର ମୋଟ ୨୫୦ ଟି ଆସନ ପାଇଁ ଡିସେମ୍ବର ୪ ତାରିଖରେ ଭୋଟ ଗ୍ରହଣ ହେବ ଓ ୭ ତାରିଖରେ ଫଳାଫଳ ଘୋଷଣା କରାଯିବ । ଏନେଇ ଦିଲ୍ଲୀ ଶାସନ କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ଷ୍ଟାର ପ୍ରଚାରକ ତାଲିକା ବି ଘୋଷଣା କରିସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.