ମାଲିକମାନେ ସାବଧାନ ! ପୋଷା କୁକୁର କାମୁଡିଲେ ୧୦ ହଜାର ଜରିମାନା ସହିତ ଚିକିତ୍ସା ଖର୍ଚ୍ଚ ଦେବେ

ଆପଣ ଘରେ କୁକୁର ରଖିଛନ୍ତି କି ? କୁକୁର ରଖିଥିଲେ ସାବଧାନ ହୋଇଯାଆନ୍ତୁ ! ଯଦି ଆପଣଙ୍କ କୁକୁର କାହାକୁ କାମୁଡେ ତେବେ ଆପଣ ୧୦ ହଜାର ଜରିମାନା ସହିତ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବାକୁ ବାଧ୍ୟ । ଏମିତି ନିଷ୍ପତ୍ତି ନୋଏଡା ଅଥରିଟି ନେଇଛି । ଆପଣଙ୍କ ଜନ୍ତୁ କୌଣସି ସାର୍ବଜନୀନ ସ୍ଥାନରେ ଅପରିଷ୍କାର କଲେ ଆପଣଙ୍କୁ ସେହି ସ୍ଥାନକୁ ସଫା କରିବାକୁ ହେବ।

ନୋଏଡା ଅଥରିଟିର ୨୦୭ ତମ ବୋର୍ଡ ବୈଠକରେ ବୁଲା/ପୋଷା କୁରୁର/ପୋଷା ବିଲେଇ ପାଇଁ ପ୍ରାଧିକରଣ ନୀତି ନିର୍ଦ୍ଧାରଣ ସମ୍ବନ୍ଧରେ ବଡ ନିଷ୍ପତ୍ତି ନିଆଯାଇଛି । ନୋଏଡା ପାଇଁ ଆନିମଲ୍ ୱେଲଫେୟାର ବୋର୍ଡ ଅଫ୍ ଇଣ୍ଡିଆର ଗାଇଡ୍ ଲାଇନର ଅନୁପାଳନ କରି ନୋଏଡା ଅଥୋରିଟି ନୀତିର ନିର୍ଦ୍ଧାରଣ କରିଛି । ନୋଏଡା ଅଥୋରିଟିର ନୂଆ ନିୟମ ଅନୁସାରେ ଯଦି ପୋଷା କୁକୁର କାହାକୁ କାମୁଡିଲେ ତାର ମାଲିକଙ୍କୁ ୧୦ ହଜାର ଟଙ୍କା ଜରିମାନା ସହିତ ଚିକିତ୍ସା ଖର୍ଚ୍ଚ ମଧ୍ୟ ଦେବାକୁ ପଡିବ । ଟ୍ଵିଟ୍‌ କରି ଜଣାଇଛନ୍ତି ନୋଏଡା ଅଥରିଟିର ସିଇଓ ।

ନୋଏଡା ଅଥରିଟି ଅନୁସାରେ ୩୧ ଜାନୁୟାରୀ ୨୦୨୩ ସୁଦ୍ଧା ପୋଷା କୁକୁର ଏବଂ ବିଲେଇର ରେଜିଷ୍ଟ୍ରେସନ ବାଧ୍ୟତାମୂଳକ । ରେଜିଷ୍ଟ୍ରେସନ ନ କଲେ ଜରିମାନା ଲଗାଯିବ ।

ପୋଷା କୁକୁରର ଷ୍ଟରଲାଇଜେସନ/ ଏଣ୍ଟିରେବିଜକୁ ବାଧ୍ୟତାମୂଳକ କରାଯାଇଛି ।

୧ ମାର୍ଚ୍ଚ ୨୦୨୩ରୁ ପ୍ରତି ମାସରେ ୨୦୦୦ ଜୋରିମାନା ଲଗାଯିବା ନିୟମ ରହିଛି । ପୋଷା ଜୀବଜନ୍ତୁ ସାର୍ବଜନିକ ସ୍ଥଳରେ ଅପରିଷ୍କାର କଲେ ସଫାସଫି ନେଇ ଦାୟିତ୍ୱ ମାଲିକ ବୁଝିବେ ।

ପୋଷା କୁକୁର ଏବଂ ବିଲେଇ ଯୋଗୁଁ ଯଦି କୌଣସି ଅପ୍ରିୟ ପରିସ୍ଥିତି ଉପୁଜେ ତେବେ ୧୦ ହଜାର ଟଙ୍କା ମାଲିକ ଉପରେ ଆର୍ଥିକ ଦଣ୍ଡ ଲଗାଯିବ । ଏହାସହିତ ଆହତ ବ୍ୟକ୍ତିଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ମାଲିକଙ୍କୁ ଦେବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.